Home Breaking News / ତାଜା ଖବର ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସିଗଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି

ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସିଗଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ। ଏଭଳି ଏକ ଆଭାବନିୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ନିକଟରେ । ତେବେ ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାର ବାଘୁଆଶୋଳ ପରେ ରହିଛି ବୁଦୁବୁଦିଆ ଜଙ୍ଗଲ। ଏହି ଜଙ୍ଗଲ ରାସ୍ତା ପାର୍ଶ୍ଵରେ ଅଟୋରୁ ମହିଳାଙ୍କୁ ଫିଙ୍ଗି ଅଟୋନେଇ ଖସି ପଳାଇଲେ ଦୁର୍ବୃତ୍ତ। କିଛି ଦୂରରେ ଥିବା ଗୋରୁ ଜଗୁଆଳମାନେ ଦେଖି ଘଟଣା କଣ ଦେଖିବା ପାଇଁ ପହଞ୍ଚିଥିଲେ ଘଟଣାସ୍ଥଳରେ। ଗୁରୁତର ଅବସ୍ଥାରେ ତଳେ ପଡି ଛାଟିପିଟି ହେଉଥିଲେ ଅସହାୟ ମହିଳା। ପରେ ଘଟଣା ସମ୍ପର୍କରେ ସଦର ଥାନା ବାରିପଦା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକମାନେ।
ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ କି ଘଟଣାର କାରଣ ଜଣାପଡି ନାହିଁ। ତେବେ ଏନେଇ ଅଧିକ ତଦନ୍ତଜାରୀ ରଖିଥିବା ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

related posts

Leave a Comment