Home Breaking News / ତାଜା ଖବର ମରାଠିଗୁଡା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୂଭ ଖୁଣ୍ଟି ସ୍ଥାପନ

ମରାଠିଗୁଡା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୂଭ ଖୁଣ୍ଟି ସ୍ଥାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲାର ଉପଖଣ୍ଡ ଗୁଣୁପୁର ବ୍ଲକ୍ ଅଫିସ୍ ସମ୍ନୁଖ ମରାଠିଗୁଡା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୂଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି।କର୍ତା ରୁପେ ସୁର୍ଯ୍ୟ ନାରାୟଣ ରଥ ରହିଥିବାବେଳେ ପୂଜକ ପ୍ରକାଶ ରଥ ପୂଜା କାର୍ଯ୍ୟ ସଂମ୍ପାଦନ କରିଥିଲେ।ମରାଠିଗୁଡା ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ଚତୁର୍ଥ ବର୍ଷ ରେ ପଦାର୍ପଣ କରିଛି। ଏହି ପୂଜା ଗୁଣୁପୁର ସହରରେ ବେଶ୍ ଧୁମ୍ଧାମ ରେ ପାଳନ ହୁଏ। ସରକାର କୋଭିଡ୍ ନିୟମ ଅନୁଯାୟି ଏହି ପୂଜା ଉତ୍ସବ ପାଳନ କରାଯିବ । କମିଟି ର ସଭାପତୀ ମନୋରଂଞ୍ଜନ ରଥ ଙ୍କ ତତ୍ବାବଧାନରେ ଏକ ବୈାଠକ ପୁର୍ବ ଦିନ ମାନଙ୍କ ରେ ହୋଇଛି। ସେହି ବୈାଠକ ର ମୁର୍ତୀ କାର୍ଯ୍ୟ,ପୂଜା ପରିଚାଳନା, ପୂଜାର ନିତିକାନ୍ତି,ପୂଜା ମଣ୍ଡପ ସାଜସଜା ନେଇ ଆଲୋଚନା ହୋଇଥିଲା।ଆଜି ଏହି ମରାଠିଗୁଡା ଗଜଲକ୍ଷ୍ମୀ ପୂଜାର ଶୁଭଖୁଣ୍ଟି ସ୍ଥାପନ ହେବା ପରେ କମିଟି ର ବରିଷ୍ଠ ସଦସ୍ୟ ମାନେ ଗଣେଶ ମନ୍ଦିର ଠାରେ ସ୍ଥାପନ ହୋଇଥିବା ମାଁ ଲକ୍ଷ୍ମୀ ଙ୍କ ପାଖରେ ପୂଜାର୍ଚନା କରିଛନ୍ତି।ଏହି ଗଜଲକ୍ଷ୍ମୀ ପୂଜା ୯ ଦିନ ଧରି ପାଳନ କରାଯିବ। ଶୂଭଖୁଣ୍ଟି ସ୍ଥାପନ ସମୟରେ ପୂଜା କମିଟି ସଭାପତୀ ମନୋରଂଞ୍ଜନ ରଥ ,ସଂମ୍ପାଦକ ଶିବ ପ୍ରସାଦ ମହାପାତ୍ର ଙ୍କ ସମେତ ଜଗଦୀଶ ସାହୁ,ଗୋପାଳ କୃଷ୍ଣ ପାଣିଗ୍ରାହି,ସୋମେଶ୍ବର ସାମଲ,ରବିନାରାୟଣ ଶତପଥୀ, ରମେଶ ଚନ୍ଦ୍ର ପାଣିଗ୍ରାହି, ଅକ୍ଷୟ ରାଜଗୁରୁ,ସୁରେନ୍ଦ୍ର ଆଚାର୍ଯ୍ୟ,ଗୋପିନାଥ ପାତ୍ର,ରାଧାକୃଷ୍ଣ ପଣ୍ଡା,ମିନକେତନ ପଣ୍ଡା,କମଳକାନ୍ତ ଖୁଣ୍ଟିଆ,ଭଗବାନ ନିଶଙ୍କ,ସମେଶ୍ବର ସାମଲ,ରାଜେନ୍ଦ୍ର ପ୍ରସାଦ ସାହୁକାର,ତ୍ରିଚରଣ ପାତ୍ର,ପ୍ରକାଶ ରାଜଗୁରୁ,ବସନ୍ତ ମିଶ୍ର ସହ ପୂଜା କମିଟି ର ଅନ୍ୟାନ୍ୟ ପ୍ରମୁଖ ସଦଶ୍ୟ ଉପସ୍ଥିତ ଥିଲେ।

related posts

Leave a Comment