Home Breaking News / ତାଜା ଖବର ଗଞ୍ଜାମ ଜିଲ୍ଲା ବୁଗୁଡାର ସାହାରା ଇଣ୍ଡିଆ ଏଜେଣ୍ଟଙ୍କ ଆନ୍ଦୋଳନ ପାଇଁ ସଜବାଜ

ଗଞ୍ଜାମ ଜିଲ୍ଲା ବୁଗୁଡାର ସାହାରା ଇଣ୍ଡିଆ ଏଜେଣ୍ଟଙ୍କ ଆନ୍ଦୋଳନ ପାଇଁ ସଜବାଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡ଼ା(ତ୍ରିଲୋଚନ ପଣ୍ଡା): ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଥିବା ସାହାରା ଇଣ୍ଡିଆ କାଯ୍ୟାଳୟର କାର୍ଯ୍ୟକର୍ତ୍ତାଙ୍କ ବୈମ୍ୟୁତୁକ ମନୋଭାବ ଏବଂ କାର୍ଯ୍ୟାଳୟକୁ ବନ୍ଦକରି ଅନ୍ୟତ୍ର ନେଇଯିବା ନେଇ ବିଚାର ହୋଇଥିବା ଶୁଣିବାକୁ ମିଳୁଥିବା ଯୋଗୁଁ ଆଜି ସମସ୍ତ ଏଜେଣ୍ଟଙ୍କ କ୍ଷୋଭ ବଢିଯାଇଛି । ଯା’ଫଳରେ ସମସ୍ତ ଏଜେଣ୍ଟଙ୍କ ସ୍ଥାନୀୟ ମା’ମାଳିଝୋଳାଙ୍କ ମନ୍ଦିର ପରିସରରେ ଜମାକାରୀଙ୍କ ସୁରକ୍ଷା ମଞ୍ଚର ଲକ୍ଷ୍ମୀ ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ବୈଠକରେ ଆଲୋଚନା ହୋଇ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଏହି ବୈଠକରେ ବ୍ରହ୍ମପୁର କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତା ବିଜୟ କୁମାର ପାଢୀ,ଆସିକା କାର୍ଯ୍ୟାଳୟର କାର୍ଯ୍ୟକର୍ତ୍ତା ସୁର୍ଯ୍ୟନାରାୟଣ ପାଣିଗ୍ରାହୀ,ସୁନୀଲ କୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସାହାରା ଇଣ୍ଡିଆ ଜମାକାରୀଙ୍କ ଦୀର୍ଘଦିନ ଧରି ମ୍ୟାଚୁରିଟ୍ ଅବଧି ସରିଯାଇଥିଲେ ମଧ୍ୟ ଜମାକାରୀ ମାନେ ସେମାନଙ୍କ ଟଙ୍କା ଫେରସ୍ତ ନପାଇପାରିବା ଏବଂ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଏଜେଣ୍ଟ ଓ ଜମାକାରୀଙ୍କୁ ଛଳନା କରିବା ନେଇ ଏଜେଣ୍ଟମାନେ ଜମାକାରୀଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ସେମାନେ କାର୍ଯ୍ୟାଳୟକୁ ଦେଖାଇ ଆଉ କିଛି ଦିନ ଅପେକ୍ଷା କର କର କହି ଯାଉଥିଲେ ଯଦିଓ କାଯ୍ୟାଳୟ ଅନ୍ୟତ୍ର ଚାଲିଯାଏ ଏଜେଣ୍ଟମାନଙ୍କୁ ମହଙ୍ଗା ପଡିବ ବୋଲି ଆଲୋଚନା ହୋଇ କାର୍ଯ୍ୟାଳୟକୁ ଅନ୍ୟତ୍ର ଯିବାକୁ ନଦେବାକୁ ନଜର ରଖିବାକୁ ପଡିବା ସହ ଅଞ୍ଚଳର ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରାଇବା ବନ୍ଦୋବସ୍ତ କରିବାକୁ ନେଇ ସାହାରା ଇଣ୍ଡିଆ ମୂଖ୍ୟ କାଯ୍ୟାଳୟକୁ ଦାବୀ ଜଣାଇବା ସହ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି । ନତୁବା ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଏହି ଅବସରରେ ଅଶୋକ ପାଢୀ,କିଶୋର ଗୁରୁ,ସଂଜୀବ କୁମାର ପଣ୍ଡା,ପ୍ରଦୀପ ପାତ୍ର,ଶ୍ୟାମ ପ୍ରସାଦ ପଣ୍ଡା,ନାରାୟଣ ସ୍ବାଇଁ,କୃଷ୍ଣଚନ୍ଦ୍ର ମହାରଣା ଏବଂ ଶ୍ରୀଧର ପ୍ରଧାନ ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ ଏଜେଣ୍ଟ ଉପସ୍ଥିତ ଥିଲେ ।

related posts

Leave a Comment