Home Breaking News / ତାଜା ଖବର ଯୁବନେତା କୈଳାସ ମୁଖୀ ହେଲେ ରାଜ୍ୟ ପିସିସି ସଂପାଦକ

ଯୁବନେତା କୈଳାସ ମୁଖୀ ହେଲେ ରାଜ୍ୟ ପିସିସି ସଂପାଦକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାର ଯୁବନେତା କୈଳାସ ମୁଖି ପୁଣିଥରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଭାବେ ମନୋନୀତ ହୋଇଛନ୍ତି ।
ଏହି ଖବର ଜଣାପଡିବା ପରେ କନ୍ଧ ମାଳ
ଜିଲ୍ଲାରେ କଂଗ୍ରେସକର୍ମୀ ଓ ନେତାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।କଂଗ୍ରେ ସ ହାଇକମାଣ୍ଡ ତାଙ୍କ ଉପରେ ଉରସା ରଖି ତାଙ୍କୁ ପ୍ରଦେଶକଂଗ୍ରେସ କମିଟିରରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବାରୁକୈଳାସମୁଖୀ ପିସିସି ସଭାପତି ନିରଞନ ପଟନାୟକ, ଏଆଇସିସି ମୁଖ୍ୟ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରଭାରୀ ଚେଲା କୁମାର,କଂଗ୍ରେସ ହାଇ କମାଣ୍ଡ ସୋନିଆ ଗାନ୍ଧୀ ଓ ରାଜ୍ୟ କଂଗ୍ରେସର ସମସ୍ତ ନେତୃମଣ୍ଡଳୀ ଓ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞ।ପନ କରିଛନ୍ତି। ଏଥିପୂର୍ବରୁ ୨୦୧୫ ରୁ ୨୦୧୮ ଯାଏ ମଧ୍ୟ ଦୀର୍ଘ ୩ବର୍ଷ ଧରି କୈଳାସ ପିସିସି ସଂପାଦକ ଭାବେ ରହି ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ତାଙ୍କ ସମୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ଯ ଚାକିରୀ ପଛରେନଗୋଡାଇ ରାଜନିତୀ କରିବାକୁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି । ବର୍ତ୍ତମାନ କୈଳାସ ଓଡ଼ିଆ ମହାଦଳିତ ସଂଘ ର ରାଜ୍ୟ ସଭାପତି ଅଛନ୍ତି। ବର୍ତ୍ତମାନ ରାଜ୍ୟ ସଂପାଦକ ନିଯୁକ୍ତି ପରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଯେପରି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଯଥା ସାଧ୍ଯ ଉଦ୍ୟମ କରିବେ ବୋଲି କହିଛନ୍ତି କୈଳାସ ମୁଖୀ ।

related posts

Leave a Comment