Home Breaking News / ତାଜା ଖବର ଗୁଡ଼ାରିରେ ପଞ୍ଚ କୁଣ୍ଡିଆ ଗାୟତ୍ରୀ ମହା ଯଜ୍ଞ ଅନୁଷ୍ଠିତ

ଗୁଡ଼ାରିରେ ପଞ୍ଚ କୁଣ୍ଡିଆ ଗାୟତ୍ରୀ ମହା ଯଜ୍ଞ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଗୁଡାରୀ ବ୍ଲକ ଅନ୍ତର୍ଗତସଦର ମହକୁମା ସ୍ଥିତ ବାରଟମ ସାହିରେ ଏକ ଗାୟତ୍ରୀ ପାଞ୍ଚ କୁଣ୍ଡିଅ ମହାଯଜ୍ଞ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଗାୟତ୍ରୀ ପରିବାର ଓ ରାୟଗଡ ର ପରିବାର ସହଯୋଗରେ ଏହା ଅନୁଷ୍ଠିତ କରାଯାଇଥିଲା। ବିଘ୍ନବିନାସନ ବିଘନେଶ୍ୱର ଙ୍କ ପୂଜନ ଅବସରରେ ଏହି ଯଜ୍ଞର ଆୟୋଜନ କରାଯାଇଛି। ଅନେକ ବର୍ଷ ଧରି ଏହି ସାହିରେ ଗଣେଶଙ୍କ ପୂଜନ କରାଯାଉଛି। ଏହି ଅବସରରେ ଅନେକ ପ୍ରକାର ସଂସ୍କାର କାର୍ଯ୍ୟକ୍ରମ କରାଯାଏ। ତତ୍ୱ ସଂଗେ ସଂଗେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଜରାଯାଏ । ଏହି ଯଜ୍ଞର ଆୟୋଜକ ତଥା ଯଜମାନ ଯେ ହରି ଅଟନ୍ତି, ପ୍ରତେକ ବର୍ଷ ଏହି ପୂଜା କମିଟି ଦ୍ୱାରା ଏଠି ପୂଜନ ଅବସରରେ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଏ। ମୁଖ୍ୟ ପୁରୋଧା ପ୍ରଳୟ କୁମାର ସାହୁ, ପ୍ରଫୁଲ ପାତ୍ର ରାୟଗଡ଼ରୁ ଆସି ଯଜ୍ଞ ପରିଚାଳନା କରିବା ସହ ହବନ କର୍ମକୁ ସୁରୁଖୁରୁରେ କରିଥିଲେ। ଗୁଡରି ଅଂଚଳରେ ଏପରି କାର୍ଯ୍ୟକ୍ରମ କରି ଲୋକଙ୍କ ମାନସରେ ପହଂଚି କୁସଂସ୍କାର ଜୁ ଦୂର କରିବାକୁ ଚେଷ୍ଟା କରୁଛି ଗାୟତ୍ରୀ ପରିବାର।ଆଗକୁ ଅନେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ବିଆଯାଇଛି। ଏହି ଯଜ୍ଞାନୁଷ୍ଠାନ କର୍ମରେ ହରି ମହାରଣା,ଡି ଗାନ୍ଧୀ,ଶ୍ରୀନିବାସ ରାଓ ଓ ଅନେକ ଭକ୍ତ ମଣ୍ଡଳୀ ଯୋଗଦେଇଥିଲେ।

related posts

Leave a Comment