Home Breaking News / ତାଜା ଖବର ଲକ୍ଷାଧିକ ଟଙ୍କାର ଚୋରା ବ୍ୟାଟେରି ନେଉଥିବା ଅଭିଯୋଗରେ ଦୁଇଜଣ ଗିରଫ

ଲକ୍ଷାଧିକ ଟଙ୍କାର ଚୋରା ବ୍ୟାଟେରି ନେଉଥିବା ଅଭିଯୋଗରେ ଦୁଇଜଣ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୋରଡା(ଅବିନାଶ ମହାନ୍ତି): ମୋରଡା ପୋଲିସ ଗାଡି ମଟର ଯାଞ୍ଚ ସହିତ ହେଲମେଟ୍ ଚେକିଙ୍ଗ କରୁଥିବା ବେଳେ ଏକ ତିନିଚକିଆ ଡଲା ଟେମ୍ପ ରେ ଶତାଧିକ ବ୍ୟାଟେରି ଯାଉଥିବା ଗାଡି ପୋଲିସ ହାବୁଡ଼ରେ ପଡିଥିଲା । କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା କିନ୍ତୁ କୈ।ଣସି କାଗଜପତ୍ର ଦେଖାଇ ପାରିନଥିଲେ । ତେବେ କରଞ୍ଜିଆ ରୁ ରାଜଘାଟ ଯାଉଥିଲା ଏହି ଗାଡି । ପୋଲିସ ତଦନ୍ତ ପରେ ୧୯୫/୨୧ ରେ ଏକ ମାମଲା ରୁଜୁ କରି ଗାଡ଼ିରେ ଥିବା ଡ୍ରାଇଭର ସେକ୍ ଫିରୋଜ୍ ଓ ଦିଲ୍ଲୀପ ସାହୁ ଗିରଫ କରିଛି । ତେବେ ଏହି ବ୍ୟାଟେରି ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ମୋରଡା ଓଆଇସି ପଦ୍ମଲୋଚନ ପାଣିଗ୍ରାହୀ । ତେବେ ବିଭିନ୍ନ ସମୟରେ ମୋବାଇଲ ଟାୱାର ରୁ ବ୍ୟାଟେରି ଚୋରି ହେଉଥିବା ଅଭିଯୋଗ ହେଉଥିବା ବେଳେ ଏତେ ମାତ୍ରାରେ ବ୍ୟାଟେରି ଧରାପଡିବା ପରେ ପୋଲିସ ପକ୍ଷରୁ ମୋବାଇଲ ଟାୱାର କୁ ବ୍ୟାଟେରି ଯୋଗାଉଥିବା କମ୍ପାନୀ ର ଅଧିକାରୀ ଙ୍କୁ ମଧ୍ୟ ଖବର ଦେଇ କୁହାଯାଇଛି ଏହି ବ୍ୟାଟେରି ଭିତରୁ ଆପଣଙ୍କ ବ୍ୟାଟେରି ଅଛି କି ନାହିଁ ଯାଞ୍ଚ କରିବାକୁ ।

related posts

Leave a Comment