Home Breaking News / ତାଜା ଖବର ଠିକା କାମକୁ ନେଇ ବେଲଘର ପଞ୍ଚାୟତରେ ବିବାଦ, ଭାଇରାଲ ଖବରକୁ ନେଇ ତୁମୁଡିବନ୍ଧରେ ପ୍ରତିକ୍ରିୟା

ଠିକା କାମକୁ ନେଇ ବେଲଘର ପଞ୍ଚାୟତରେ ବିବାଦ, ଭାଇରାଲ ଖବରକୁ ନେଇ ତୁମୁଡିବନ୍ଧରେ ପ୍ରତିକ୍ରିୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ: ଏକ ଭାଇରାଲ ନିଉଜକୁ ନେଇ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି । ଡୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ବିଭିନ୍ନ ସମୟରେ ଅଜଥାରେ ସରକାରି ଅଫିସର ମାନେ ଅଡ଼ୁଆରେ ପଡୁଛନ୍ତି ।
ନିକଟରେ କିଛି ବ୍ୟକ୍ତିଙ୍କ ନାମ ତାଲିକା କରାଯାଇ ସେମାନେ ମୃତ ଆଉ ସେମାନଙ୍କ ନାମରେ ଅଧିକାରୀ ଜଣଙ୍କ ଭତ୍ତା ଟଙ୍କା ହଡପ ନେଇ ଏକ ଖବର ଭାଇରାଲ ହୋଇଥିଲା ଓ ଏହା ଗଣମାଧ୍ୟମରେ ମ୍ଧ୍ୟ ପ୍ରକାଶ ପାଇବା ପରେ ଏହା ମିଥ୍ୟା ଓ ମନଗଢାବୋଲି ସରକାରୀ ଅଧିକାରୀ କହିଛନ୍ତି ।
ବେଲଘର ପଞ୍ଚାୟତରେ ମୃତ୍ୟୁପରେ ବି କିଛି ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ପଞ୍ଚାୟତରଏକ ଗୋଷ୍ଠୀଅରଯୋଗ କରିଥିଲେ । ତେ6ବ ସେ ଭଳି କିଛି ଘଟିନ ଥିବା ଜଣାପଡିଛି । ଯେଉଁ ୪୭ ଜଣଙ୍କ ମୃତ ବ୍ୟକ୍ତିଙ୍କ ତାଲିକା ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ସେଥିରୁ ୨୩ ଜଣ ଜିବୀତ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକୃର ମାଝି ଓ ସରପଞ୍ଚ ଗିତାଞଳି ଜାନୀ କହିଛନ୍ତି ।
ନିୟମ ପ୍ରକାର ମୃତବ୍ୟକ୍ତିମାନଙ୍କ ନାମ ପୂର୍ବରୁ କଟାଯାଇ ସାରିଛି । ଠିକା କାମ ଓ ପିସିକୁ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ସରପଞ୍ଚ ଜାନୀଙ୍କୁ ବିରୋଧ କରି ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ମାନ ଆଣିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଝି କହିଛନ୍ତି।
ଏହି ଅଭିଯୋଗର ତଦନ୍ତ ବାଲିଗୁଡା ଉପଜିଲ୍ଲାପାଳ କରୁଥିବା ଜଣାପଡିଛି । କୋରନା ସଂକ୍ରମଣ ଯୋଗୁ ହିତାଧିକାରୀମାନଙ୍କୁ କାର୍ଯ୍ୟାଳୟରେ ଉତ୍ତା ପ୍ରଦାନ କରାଯାଇ ସଂପର୍କିୟମାନଙ୍କୁ ଦିଆଯାଇଥିଲା। ତେବେ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ମିଶ୍ର, ତୁମ୍ଡିବନ୍ଧବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁ ଘଟଣାର ତଦନ୍ତ କରୁଛନ୍ତି ।
ତୁମୁଡିବନ୍ଧ ବିଡିଓ ରୀନା ପ୍ରଧାନ ନିରପେକ୍ଷ ତଦନ୍ତ ଉପରେ ଗୁରୁତ୍ଵ ଦେବା ସହ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ହେଲେ ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ହେବ ଜଣାପଡିବ ।

related posts

Leave a Comment