Home Breaking News / ତାଜା ଖବର ମାଂଚେଷ୍ଟର ଟେଷ୍ଟ ବାତିଲ, ୨-୧ରେ ସିରିଜ ଆଗୁଆ ଭାରତ

ମାଂଚେଷ୍ଟର ଟେଷ୍ଟ ବାତିଲ, ୨-୧ରେ ସିରିଜ ଆଗୁଆ ଭାରତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଂଚେଷ୍ଟର ଟେଷ୍ଟ ବାତିଲ, ୨-୧ରେ ସିରିଜ ଆଗୁଆ ଭାରତ, ଫଳାଫଳ ପାଇଁ ଭିନ୍ନ ତାରିଖରେ ଖେଳାଯିବ ମ୍ୟାଚ
୨୪ ଘଂଟା ଧରି ଘମାଘୋଟ ବିଚାରବିମର୍ଷ , ଦୋଷ ଲଦାଲଦି ପରେ ଶେଷରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପଂଚମ ଟେଷ୍ଟ ମ୍ୟାଚ ବାତିଲ ହୋଇଛି । କରୋନା ସଂକ୍ରମଣକୁ ନେଇ ଟେଷ୍ôଟ ମ୍ୟାଚର ପ୍ରଥମ ଦିନ ଖେଳ ପ୍ରଥମେ ବାତିଲ ହୋଇଥିଲା । ଏହା ପରେ କରୋନାକୁ ନଜରରେ ରଖି ଦୁଇ ଦେଶର କ୍ରିକେଟ ବୋର୍ଡ ଆଲୋଚନା କରିବା ପରେ ଆଜି ଶେଷ ମ୍ୟାଚ୍ ବାତିଲ କରିବା ନେଇ ସହମତି ଆସିଥିଲା । ଏହି ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ୫ମ ଟେଷ୍ଟ ବାତିଲ ହେବା ପରେ ସିରିଜରେ ଭାରତ ୨-୧ରେ ଆଗୁଆ ସ୍ଥିତିରେ ରହିଛି । ଫଳାଫଳ ନେଇ ଆଗକୁ ଭିନ୍ନ ଏକ ତାରିଖରେ ଆଗାମୀ ବର୍ଷ ଏକମାତ୍ର ଟେଷ୍ଟ ଆୟୋଜନ କରି ସିରିଜର ଫଳାଫଳ ବାହାର କରାଯିବ ବୋଲି ଇଂଲଣ୍ଡ ସୂତ୍ରରୁ ଜଣାପଡିଛି ।

related posts

Leave a Comment