Home Breaking News / ତାଜା ଖବର କାଳୀ ପୂଜା ଉପଲକ୍ଷେ ଗୁଣୁପୁର ଶୁଭଖୁଣ୍ଟି ସ୍ଥାପନ

କାଳୀ ପୂଜା ଉପଲକ୍ଷେ ଗୁଣୁପୁର ଶୁଭଖୁଣ୍ଟି ସ୍ଥାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଚଳିତ ବର୍ଷ କାଳୀ ପୂଜା ଉପଲକ୍ଷେ ଗୁଣୁପୁର ତ୍ରିନାଥ ମନ୍ଦିର ନିକଟ କାଳୀ ମଣ୍ଡପ ଠାରେ ପୂଜା କମିଟି ପକ୍ଷରୁ ଶନିବାର ଦିନ ଶୂଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି।ଶୁଭଖୁଣ୍ଟି ସ୍ଥାପନ ସମୟରେ କର୍ତା ଭାବେ ଦୁର୍ଗାପ୍ରସାଦ ରଥ ରହିଥିବା ବେଳେ ପୂଜକ ଭାବରେ ପ୍ରକାଶ ରଥ ରହି ପୂଜା କାର୍ଯ୍ୟ ସଂମ୍ପାଦନ କରିଥିଲେ। ଏହାସହ କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ। ଶୂଭଖୁଣ୍ଟି ସ୍ଥାପନ ହେବା ପରେ ପୂଜା କମିଟିର ଏକ ବୈାଠକ ଅନୁଷ୍ଟିତ ହୋଇଥିଲା। ଏଥିରେ ନୁତନ ପୂଜା କମିଟି ଗଠନ ହୋଇଥିଲା। ସର୍ବସନ୍ମତୀ ନିଷ୍ପତି କ୍ରମେ କମିଟିର ସଭାପତୀ ରୁପେ ଲକ୍ଷ୍ମୀ ନାରାୟଣ ବଳ କାର୍ଯ୍ୟକାରି ସଭାପତୀ ରୁପେ ବାଲାଜି ପାଣିଗ୍ରାହି,ଉପସଭାପତୀ ରାଧାକୃଷ୍ଣ ପଟନାୟକ,ସାଧାରଣ ସଂମ୍ପାଦକ ମହେଶ କୁମାର ପାଢୀ,ଯୁଗ୍ମ ସଂମ୍ପାଦକ ଶିବ ପ୍ରସାଦ ବେହେରା,ସଂଙ୍ଗଠନ ସଂମ୍ପାଦକ ଗୋବିନ୍ଦ ପ୍ରଶାଦ ଖାଡଙ୍ଗା,କୋଷାଧକ୍ଷ ରାମ ଚନ୍ଦ୍ର ପଟନାୟକ,କାର୍ଯ୍ୟନିର୍ବାହି ସଦଶ୍ୟ ଧ୍ରୁବ ଚରଣ ଦାସ,ସୁନିଲ୍ ପାଣିଗ୍ରାହି,ଉପଦେଷ୍ଟା ସିମାଞ୍ଚଳ କର,ଗଣେଶ୍ବର ଶତପଥି,ରଂଞ୍ଜିତ ପାଢି,ଜଗନ୍ନାଥ ଦାସ,ମିଡିଆ ସଂଯୋଯକ ଜନାର୍ଦନ ମହାପାତ୍ର ଚୟନ ହୋଇଥିଲେ।ପୂଜା କମିଟି ଗଠନ ପରେ ଚଳିତ ବର୍ଷ ପୂଜାପାଳନ ନିମନ୍ତେ ଆଲୋଚନା ହୋଇଥିଲା।ଏହି କାଳୀ ପୂଜା ଚଳିତ ବର୍ଷ ୧୫ ବର୍ଷ ରେ ପଦାର୍ପଣ କରିଛି।ସରକାରି କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଏହି ପୂଜା ପାଳନ କରାଯିବ। ଏହି ଏହି ପୂଜା ଗୁଣୁପୁର ସହରର ଗୋଟିଏ ସ୍ଥାନରେ ମାଁ କାଳୀ ଙ୍କ ପୂଜା ପାଳନ କରାଯାଉଛି।

related posts

Leave a Comment