Home Breaking News / ତାଜା ଖବର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ ପାଳିତ ହୋଇଯାଇଛି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ ପାଳିତ ହୋଇଯାଇଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ଼(ରମେଶ ଚନ୍ଦ୍ର ଗୋପାଳ): ଭାଦ୍ରବ ଶୁକ୍ଳ ପଞ୍ଚମୀ ରେ ପଶ୍ଚିମ ଓଡ଼ିଶା ରେ ଅବସ୍ଥିତ କାକହଣ୍ଡି ଜିଲ୍ଲା ସ୍ଥିତ ଧର୍ମଗଡବ୍ଲକ ଅନ୍ତର୍ଗତ ସମସ୍ତ ଅଞ୍ଚଳ ବାସୀ ନୂଆଖାଇ ପର୍ବ ଧୂମଧାମ ରେ ପ୍ରତିବର୍ଷ ପାଳନ କରିଥାନ୍ତି କିନ୍ତୁ ଗତ ବର୍ଷ କୋଭିଡ ଭଳି ମାହାମରୀ ବ୍ୟାପିଥିବାରୁ ପର୍ବଟି ଫିକାପଡ଼ିଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା କିଂଚିତ ଆକାରରେ କୋହଳ ହୋଇଥିବାରୁ କିଛି ମାତ୍ରାରେ ଲୋକମାନଙ୍କ ମନରେ ଖୁସି ର ଲାହାରୀ ଖେଳିଯାଇଛି ଖାଶ କରି ଛୋଟ ଛୋଟ ଶିଶୁ ମାନଙ୍କୁ ଢ଼େଖିଲେ କହିବାକୁ ନ ସରେ,
ଏହି ଦିନ ଶିଶୁ ମାନଙ୍କ ଠୁ ଆରମ୍ଭ କରି ସମସ୍ତ ଲୋକ ନୁଆଁ ପୋଷାକ ପରିଧାନ କରି ଖୁସି ରେ ନୁଆଁ ଖାଇ ଥାନ୍ତି |

ଏହା ଏକ କୃଷି ଭିତିକ ପର୍ବ, କୃଷି ଉତ୍ପାଦିଡ଼ ନୁଆଁ ଧାନ କୁ ଚୁଡା କରି କୁରେ ପତ୍ର ରେ ଖାଇଥାନ୍ତି,ଏହି ପର୍ବ ରେ ନୁଆଁ ଧାନ ଚୁଡା କୁ ସର୍ବ ଦେବା ଦେବି ଙ୍କ ଭୋଗ ଲାଗିହେଲାପରେ ଘରେ ଦେବୀଙ୍କ ପୂଜା ଆରାଧନା କରି ସେହି ଭୋଗ ଟିକୁ ପରିବାର ର ସମସ୍ତେ ଏକାଠି ବାସୀ ନୁଆଁ ଧାନ ଚୁଡା ଭକ୍ଷ୍ୟଣ କରି ଥାନ୍ତି, ପର୍ବ ପାଳନ କରିବା ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ମଧ୍ୟ ଘରକୁ ଫେରି ଭାଇ ଚାରା ଭାବରେ ଏକାଠି ବାସୀ ଭୋଜନ କରିଥାନ୍ତି, ତାପରେ ପରିବାର ର ଜ୍ୟେଷ୍ଠ ମାନ ଙ୍କୁ ପ୍ରାଣାମ କରି କନିଷ୍ଠ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଏହି ପରମ୍ପରା ପୂର୍ବଜ ମାନଙ୍କ ସମୟରୁ ପ୍ରତିପାଳିତ ହେବାର ଭୁଦ୍ଧିଜୀବୀ ମାନେ କଥାନ୍ତି

related posts

Leave a Comment