Home Breaking News / ତାଜା ଖବର ଜିଲ୍ଲା ଶିକ୍ଷା ଅଧିକାରୀ ଥାନାରେ ମାମଲା ରୁଜୁ କଲେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ

ଜିଲ୍ଲା ଶିକ୍ଷା ଅଧିକାରୀ ଥାନାରେ ମାମଲା ରୁଜୁ କଲେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରୀ କରିବା ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କ ବିରୁଦ୍ଧରେ ପାରଳାଖେମୁଣ୍ଡି ଥାନାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଏତଲା ହୋଇଥିଲା। ଯେଉଁ ମାନଙ୍କ ବିରୋଧର ଅଭିଯୋଗ ହୋଇଛି ସେମାନେ ହେଲେ ମୋହନା ବ୍ଲକ ଅନ୍ତର୍ଗତ ମୁଡୁମୁଡ଼ିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାଧବ ବେହେରା ଓ ଅର୍ ଉଦୟଗିରି ବ୍ଳକର ସୁଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ନିଗ୍ଧାରାଣୀ ଛଟୋଇ। ଏ ନେଇ ପାରଳାଖେମୁଣ୍ଡି ପୋଲିସ ଥାନାରେ କେସ ନମ୍ବର ୧୮୦/୨୧ରେ ମାମଲା ରୁଜୁ କରି ଆଇପିସି ର ଦଫା ୪୨୦, ୪୬୮ଓ ୪୭୧ଲଗାଇଛି ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ଏତଲାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

related posts

Leave a Comment