Home Breaking News / ତାଜା ଖବର ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ନେତୃତ୍ୱରେ ହରିଡ଼ାଖଣ୍ଡି ଛକରେ ଆଜି ଜନସଚେନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ନେତୃତ୍ୱରେ ହରିଡ଼ାଖଣ୍ଡି ଛକରେ ଆଜି ଜନସଚେନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଶ୍ରୀନିବାସ ପଟ୍ଟନାୟକ): ବ୍ରହ୍ମପୁର Greenfield Civilian & Cargo ବିମାନ ବନ୍ଦର ପ୍ରତିଷ୍ଠା କୁ ଜୋରଦାର କରିବା ପାଇଁ
ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତାଙ୍କ ଛଡା ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଓଡ଼ିଶା ମୁଖ୍ୟ ଶାସନ ସଚିବ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତ ରେ ଥାଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ମିଡ଼ିଆ କୁ ସୂଚନା ଦେଇଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କିଛି ନ କହିବା ଯୋଗୁଁ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ଓ ଫୋରମ୍ ର ସଦସ୍ୟ ମାନେ ତାହାର ଦୃଢ଼ ନିନ୍ଦା କରିଥିଲେ।

ଅତିଶିଘ୍ର ବ୍ରହ୍ମପୁର ପାଖରେ ୧୫୦୦ ଏକର ଜମି ନେଇ ବ୍ରହ୍ମପୁର Greenfield Civilian & Cargo ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବକ୍ତା ମାନେ ମତବ୍ୟକ୍ତ କହିଥିଲେ।
ଉଲ୍ଲେଖନୀୟ, ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଡେଭଲପମେଣ୍ଟ ଫୋରମ୍ ଓ ଶତାଧିକ ଅନ୍ୟ ସାମାଜିକ ସଂଗଠନର ମିଳିତ ଆନୂକୁଲ୍ୟ ରେ ବ୍ରହ୍ମପୁର ଠାରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି ଓ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ପ୍ରସାଶନ ନିକଟ ରେ ଦାବିପତ୍ର ଦେଇ ଆମ ନ୍ୟାଯ୍ୟ ଦାବି ପୂରଣ କରିବାକୁ ବାରମ୍ବାର ଦାବି କରାଯାଇଛି।

କିନ୍ତୁ କିଛି ଦିନ ତଳେ ରାଜ୍ୟ ପରିବହନ ମନ୍ତ୍ରୀଙ୍କ “ରଙ୍ଗେଇଲୁଣ୍ଡା ବିମାନ ବନ୍ଦର କାମ ସରିଯାଇଥିବା ଓ ୧୦ ସିଟ୍ ର ବିମାନ ବିଶାଖାପାଟଣା ଓ ଭୁବନେଶ୍ୱର କୁ ଉଡ଼ିବା” ମନ୍ତବ୍ଯ ସମଗ୍ର ଜିଲ୍ଲା କୁ ଆଚମ୍ବିତ ଓ ନିରାଶ କରିଛି। ରାଜ୍ୟ ସରକାର ବ୍ରହ୍ମପୁର ଠାରେ ‘ଖେଳନା’ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବାରମ୍ବାର କହି ଲଲିପପ କାହିଁକି ଦେଉଛନ୍ତି ତାହା ଜଣା ପଡୁ ନାହିଁ।

ସୂଚନାଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀ ମହୋଦୟ, ୨୦୧୬ ରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପାଇଁ ଭୂମିପୂଜନ କରି ଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ମୁଠା ବାଲି ସେଇଠି ପଡିନି।

୨୦୦୮ ରେ ବିଶାଖାପାଟଣା ଓ ଭୁବନେଶ୍ୱର କୁ ସଂଯୋଗର ଚେଷ୍ଟା ହୋଇ ସାରିଛି ଓ କିଛି ଦିନ #ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ଚାଲିଥିଲା ଓ ତାହା super flop ରହିଲା।

କାରଣ, ଯେଉଁ ସହରରେ ଏହି ଅଞ୍ଚଳ ର ଲକ୍ଷ ଲକ୍ଷ ପ୍ରବାସୀ ରହୁଛନ୍ତି ( ଯେମିତି ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, କଲିକତା, ପୁଣେ ,ସୁରତ,ଦିଲ୍ଲୀ ପ୍ରଭୂତି ବଡ ସହର ) ସେହି ସହର ସହ ବ୍ରହ୍ମପୁରରୁ ପ୍ରତିଦିନିଆ ବିମାନ ସେବା ଦରକାର, #ଭୁବନେଶ୍ଵର ଓ #ବିଶାଖାପାଟଣା କୁ ନୁହଁ ଏହା ଓଡିଶା ସରକାର ହୃଦୟଙ୍ଗମ କାହିଁକି କରିପାରୁ ନାହାନ୍ତି ତାହା ଜଣା ପଡୁ ନାହିଁ।

ତେଣୁ ଆଜିର ଜନ ସଚେତନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସହରରୁ ଅନ୍ୟ ବଡ ସହର ସହ ବିମାନ ସେବା ଆରମ୍ଭ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଚେତାବନୀ ଦେଇଛି ଓ ଗଂଜାମ ଜିଲ୍ଲା ବାସୀଙ୍କ ଭାବନା ସହ ନ ଖେଳିବାକୁ ଫୋରମ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛି।
ଫୋରମ୍ ର ଅନେକ ସଂଘର୍ଷ ପରେ ସରକାର ବ୍ରହ୍ମପୁରରେ #ରିଙ୍ଗରୋଡ କାମ ଆରମ୍ଭ କରିବା ଓ #ଶିତଳାପଲ୍ଲି #ରେଳଡବା କାରଖାନା କୁ ସବୁଜ ସଙ୍କେତ ଦେବା ଆମର ଓ ଜନ ସାଧାରଣଙ୍କ ସଫଳତା ବୋଲି ବକ୍ତା ମାନେ ମତବ୍ୟକ୍ତ କହିବା ସହ ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ବ୍ରହ୍ମପୁର #ବିମାନବନ୍ଦର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ପୁଣି ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଫୋରମ ର ଉପସଭାପତି ଶ୍ରୀମତି ବବିତା ପାତ୍ର, ସେକ୍ରେଟାରୀ ସ୍ଵରାଜ୍ୟ ସାହୁ, ବରିଷ୍ଟ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V.ସୋମେଶ୍ବର ରାଓ, ପ୍ରିତିଶ ପାଣିଗ୍ରାହୀ, ମାନସ ପାତ୍ର, ବାଳକୃଷ୍ଣ ସାମନ୍ତରାୟ, ବନମାଳୀ ଅଜୟ, ସନ୍ତୋଷ ସାହୁ, ସ୍ବପ୍ନିଳ ଦାସ, କିରନ୍ କୁମାର ପଣ୍ଡା, ମଧୁସୂଦନ ସାହୁ, ଦିଲିପ୍, ଶ୍ରିନୁ, ମନ୍ତୁ ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

related posts

Leave a Comment