Home Breaking News / ତାଜା ଖବର ଭାରତୀୟ ଦଳର ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍, ଅପରାହ୍ନ ୩ଟ୩୦ରୁ ଆରମ୍ଭ ହେବ ପଂଚମ ଟେଷ୍ଟ

ଭାରତୀୟ ଦଳର ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍, ଅପରାହ୍ନ ୩ଟ୩୦ରୁ ଆରମ୍ଭ ହେବ ପଂଚମ ଟେଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଆଜି ଖେଳିବ ପଂଚମ ଟେଷ୍ଟ । ଏହି ମ୍ୟାଚ ଆଗରୁ ସମସ୍ତ ଭାରତୀୟ ଖେଳାଳିଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । କୋଚ୍ ରବି ଶାସ୍ତ୍ରୀ ଓ ସହାୟକ କୋଚ୍ କରୋନା ପଜିଟିଭ୍ ହୋଇଥିବାରୁ ଭାରତୀୟ ଦଳର ଖେଳାଳି କରୋନା ସଂକ୍ରମିତ ହେବା ଆଶଙ୍କା ରହିଥିଲା । ତେବେ ଆଶ୍ୱସ୍ତିର କଥା ଭାରତୀୟ ଦଳର ସମସ୍ତ ଖେଳାଳି କରୋନା ନେଗେଟିଭ୍ ବୋଲି ରିପୋର୍ଟ ଆସିଛି । ଏହା ପରେ ଆଜି ନିର୍ଧାରିତ ସମୟ ଅପରାହ୍ନ ୩ଟା ୩୦ରେ ପଂଚମ ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
କରୋନା ସଂକ୍ରମଣ ଭୟରେ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ପଂଚମ ତଥା ଶେଷ ଟେଷ୍ଟ ଖେଳିବା ନେଇ ରାଜି ହେଉନଥିଲେ । ଏପରି ସମୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ବାତିଲ ହେବା ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୩୦ରୁ ମାଂଚେଷ୍ଟରରେ ଖେଳାଯିବ । ୨-୧ରେ ସିରିଜ ଆଗୁଆ ଥିବା ଭାରତ ଆଗରେ ସିରିଜ ବିଜୟର ବଡ ସୁଯୋଗ ରହିଛି ।

related posts

Leave a Comment