Home Breaking News / ତାଜା ଖବର ବଂଶଧାରା ନଦୀରେ ବୁଡ଼ି ଦୁଇଜଣ ବାଳକଙ୍କ ମୃତ୍ୟୁ

ବଂଶଧାରା ନଦୀରେ ବୁଡ଼ି ଦୁଇଜଣ ବାଳକଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): ଗଜପତି ଜିଲ୍ଲା କାଶୀନଗର NAC ରେ ଘଟିଛି ଏକ ଅଭାବନୀୟ ଘଟଣା।କାଶୀନଗର ତଟ ଦେଇ ଯାଉଥିବା ବଂଶଧରା ନଦୀରେ ଦୁଇଜଣ ନାବାଳିକା ପିଲା ବୁଡ଼ିହୋଇ ମୃତୁବରଣ କରିଛନ୍ତି। ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଏଭଳି ଏକ ଦୁଃଖଦାୟକ ଘଟଣା ଚହଳ ପକାଇଦେଇଛି।ମୃତ ଦୁଇ ନାବାଳକ ହେଲେ ରଞ୍ଜନ ସ୍ବାଇଁ (୧୩ବର୍ଷ), ବାନମଲୂ ଗଣେଶ (୧୫ବର୍ଷ)। ଗତ କଲି ସନ୍ଧ୍ୟା ପ୍ରାୟ ୫ଘଣ୍ଟା ସମୟରେ ଘରୁ ବାହାରି ଗଣେଶ ମୂର୍ତ୍ତୀ ଦେଖିବା ପାଇଁ ବଜାରକୁ ଦୁହେଁ ସାଇକେଲ ଧରି ବାହାରି ଥିଲେ। ସମୟ ଅତିବାହିତ ହେବା ସଙ୍ଗେସଙ୍ଗେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନ ଥିଲେ। ଯାହା ଫଳରେ ଘର ଲୋକଙ୍କ ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ମିଲିନଥିଲେ। ଶେଷରେ ବଂଶଧରା ନଦୀ କୂଳେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ସାଙ୍ଗରେ ଧରି ନେଇଥିବା ସାଇକେଲ ଓ ନିଜର ପିନ୍ଧିଥିବା ପୋଷାକ ଥିବା ଜାଣି ପାରିଲେ। ସେଥିରୁ ସନ୍ଧେହ କରି ପୋଲିସ୍ କୁ ଜଣାଇ ଥିଲେ ଏବଂ କିଛି ଲୋକ ରାତିସାରା ନଦୀରେ ପଶି ଖୋଜିବାରେ ଲାଗିପଡି ଥିଲେ।ତା ପର ଦିନ ସକାଳୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ନାବାଳକ ଶବ (ରଞ୍ଜନ ସ୍ବାଇଁ) କୁ ଉଦ୍ଧାର କରିଥିଲେ। ଅନ୍ୟଜଣେ ବାନମଲୁ ଗଣେଷ ର ପତ୍ତା ମିଳିନାହିଁ। ଥାନାଧିକାରୀ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛନ୍ତି।କାଶୀନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରେ କେଶ୍ ରୁଜୁ କରାଯାଇଛି।

related posts

Leave a Comment