Home Breaking News / ତାଜା ଖବର ସରକାର ଓ ଅର୍ଥ ଉଠାନ କାରୀ ସଂସ୍ଥା ପରସ୍ପର ଦାୟୀ, ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇଛି ସହାରା ଇଣ୍ଡିଆ

ସରକାର ଓ ଅର୍ଥ ଉଠାନ କାରୀ ସଂସ୍ଥା ପରସ୍ପର ଦାୟୀ, ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇଛି ସହାରା ଇଣ୍ଡିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ନିଜ ପେଟ କାଟି ପରିବାରର ଭବିଷ୍ୟତ ପାଇଁ ପଇସା ପଇସା କରି ସଞ୍ଚୟ କରିବା ଟଙ୍କାକୁ ଚଞ୍ଚକତା କରି ହଡପ କରିଛି ସାହାରା ଇଣ୍ଡିଆ ପରିବାର। ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସରେ ବିଷ ଦେଇଛି ଗ୍ରାହକଙ୍କୁ ତାଙ୍କ ସରଳ ବିଶ୍ୱାସ ର ଫାଇଦା ଉଠାଇ ଛି, ଲୋକଙ୍କ ମେଛୁରୀଟି ହେବା ପରେ ବି ଟଙ୍କା ପ୍ରଦାନ ନ କରିବାରୁ ଅସନ୍ତୋଷ ବଢୁଛି। ସଂସ୍ଥା ଏହି ମାମଲାରେ ଯେତେ ଦାଇ ତା ଠାରୁ ଅଧିକ ଦାଇ ଅଟେ କାରଣ ସହାରା ର ଅର୍ଥ ସଂଗ୍ରହ କରିବାକୁ ସରକାର ନିଜେ ଦେଇଥିଲେ ଲୋକଙ୍କ ପଇସା ଉଠାଇବା ପାଇଁ। କିନ୍ତୁ ଏବେ ସରକାର ନିଜ ଦାୟିତ୍ବକୁ ସଠିକ ଭାବରେ ନ ତୁଲାଇବାରୁ ଏପର ସମସ୍ୟା ଉପୁଜିଛି । କେହି ନିଜ ଝିଅର ବିବାହ କରିବା ପାଇଁ ତ ଆଉ କେହି ଗମ୍ଭୀର ରୋଗର ଚିକିତ୍ସା କରିବା ପାଇଁ ଜମା ରଖି ଥିଲେ। ଏବେ ଟଙ୍କା ପାଇଁ ସାହାରା ଅଫିସ କୁ ଯାଇ ନୟାନ୍ତ ହେଲେଣି ତାଙ୍କ ଧର୍ଯ୍ୟ ର ବନ୍ଧ ଭାଙ୍ଗୁବାକୁ ବସିଛି। ସରକାର ଏକ ମକଦମା ରୁଜୁ କରି ଜେଲ ରେ ଭର୍ତିକରି କିଛି ସମାଧାନ ନ କରି ନଜ କର୍ତବ୍ୟ ସାରି ଦେଇଛି। ତେଣୁ ଜିଲ୍ଲା ବାସୀ ଦାବୀ କରୁଛନ୍ତି କି ଯଥା ଶୀଘ୍ର ଲୋକଙ୍କ ଜମା ଟଙ୍କାକୁ ସମୂଳସୁଧ ସହ ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧୁଚି ଆଗକୁ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି।ଏପରିକି ଅଫିସରେ ତାଲା ପକାଇ ଧାରଣା କରିବାକୁ ସଜବାଜ ହେଉଛନ୍ତି ବୋଲି ଅନେକ ହିତାଧିକାରୀ ଜଣାଇଛନ୍ତି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶୀଘ୍ର ଲୋକଙ୍କ ଟଙ୍କା ଫେରାଇବା ପାଇଁ ତତ୍ପର ଦେଖାଇଲେ ସବୁ ସମସ୍ୟାର ସମାଧାନ ହେଇ ପାରିବ ବୁଦ୍ଧିଜୀବୀ କହିଛନ୍ତି।

related posts

Leave a Comment