Home Breaking News / ତାଜା ଖବର ଟିକାବାଲି ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା

ଟିକାବାଲି ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ପବିତ୍ର ଗୁରୁଦିବସ ଅବସରରେ ଟିକାବାଲି ମିଳିତ ଶିକ୍ଷକ ସଂଘ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଟିକାବାଲି ବ୍ଲକ ର ବୁର୍ବୀନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମ୍ବର୍ଦ୍ଧିତ ସଭାରେ ସଂଘ ର ସଭାପତି ମଧୁସୂଦନ ବେହେରା ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥିରୂପେ ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଜଗନ୍ନାଥ ସାହାଣୀ ଓ ସମ୍ମାନିତ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ୍ତ କୁମାର ନାୟକ ଏବଂ ଦୀନବନ୍ଧୁ ମିଶ୍ର ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସର୍ବଦା ନିଷ୍ଠା ଓ ଆନ୍ତରିକତା ର ସହ ଶିକ୍ଷା ଦାନ କରିବା କୁ ପରାମର୍ଶ ଦେଇଥିଲେ l ସଂଘ ର ସମ୍ପାଦିକା ଶ୍ରୀମତୀ ଲତାଞ୍ଜଳି ମହାନ୍ତି ସଂଘ ର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବର୍ଣନା କରିଥିଲେ l ଶିକ୍ଷୟତ୍ରୀ ଜିନିତା ଦାସ ସ୍ୱାଗତ ସଂଗୀତ ଗାନ କରିଥିଲେ l ଇତ୍ୟବସରେ ଅବସର ପ୍ରାପ୍ତ ଶିକ୍ଷକହେମନ୍ତ ଭୋଇ, ବସନ୍ତ ପ୍ରଧାନ, ପ୍ରତାପ ବିଶୋଇ, ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ ଶ୍ରୀମତୀ ନିକିମା ନାୟକ ଓ କୁମୁଦିନୀ ନାୟକପୁଷ୍ପ ଗୁଚ୍ଛ, ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ସଭାପତି ମଧୁସୂଦନ ବେହେରା ଶିକ୍ଷାର ଉନ୍ନତି ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଯତ୍ନବାନ ହେବାପାଇଁ ପରାମର୍ଶ ଦେବାସହିତ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପବିତ୍ର କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିବା ବେଳେ ଗୌରଚରଣ ବିଶ୍ୱାଳ, ଅରବିନ୍ଦ ମହାପାତ୍ର, ହେମନ୍ତ ପଟନାୟକ ତଥା ସଂଘ ର କର୍ମକର୍ତ୍ତା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଥିରେ ସହଯୋଗ କରିଥିଲେ

related posts

Leave a Comment