Home Breaking News / ତାଜା ଖବର ଆଠ ଦଫା ଦାବୀ ପୂରଣ ପାଇଁ ସାମ୍ବାଦିକ ସମିଳନୀରେ ଗର୍ଜିଲା ରାୟଗଡ ଭାଜପା

ଆଠ ଦଫା ଦାବୀ ପୂରଣ ପାଇଁ ସାମ୍ବାଦିକ ସମିଳନୀରେ ଗର୍ଜିଲା ରାୟଗଡ ଭାଜପା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ)ଚଳିତ ସରକାରଙ୍କ ଶାସନରେ ଖୁସି ନ ହୋଇ ବିଭିନ ସମସ୍ୟାର ସମାଧାନ ନ ହେବାରୁ ଲୋକଙ୍କ ସୁବିଧା ଯୋଗାଇ ଦେବା ପାଇଁ ଦାବୀ କରି ରାୟଗଡ ଜିଲ୍ଲା ସଦର ଭାଜପା ଏକ ସାମ୍ବାଦିକ ସମ୍ମିଳନୀ କରିଛି । ରାୟଗଡ ଆରାଧ୍ୟ ଦେବୀ ମା ମଝି ଘରିଆଣି ଙ୍କ ପୀଠରେ ଆଜି ମଧ୍ୟାହ୍ନ ସମୟରେ ନଗର ସଭାପତି ଶ୍ୟାମ ଦାସ ଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା।ଆଠ ଦଫା ଦାବି ସମ୍ବଳିତ ପ୍ରେସ ବିବୃତି ପ୍ରଦାନ କରାଯାଇଛି। ସେଥିରେ ପାନୀୟ ଜଳ ଯୋଗାଣ ସମସ୍ୟା, ସଫେଇ, ମହିଳା ଟାଉନ ଥାନାର ସ୍ଥାପନ,ଶିକ୍ଷିତ ବେକରୀଙ୍କୁ ରୋଜଗାର ପ୍ରଦାନ, ସ୍ୱାସ୍ଥ୍ୟ, ସାଧାରଣ ଲୋକ ବ୍ୟବହାର କରିବା ପାଇଁ ଗୋଷ୍ଠୀ ଶୌଚାଳୟ, ବସ୍ତିରେ ବାସ କରୁଥୁବା ଗରିବଙ୍କୁ ଘର ପଟା ପ୍ରଦାନ, ସହରରେ 45 ଲେନରେ ଜରୁରୀ କାଳୀନ ସେବା ସଂସ୍ଥା ର ଯେପରି ପୋଲିସ, ଅଗ୍ନି ସମ, ପୌରପାଳିକା ସ୍ୱାସ୍ଥ୍ୟ ସେବା ପାଇଁ ଅମ୍ବୁଲାନ୍ସ ର ମୋବାଇଲ ନମ୍ବର ଲେଖା ଥିବା ନାମ ଫଳକ ଲଗାଇବାକୁ ଦାବୀ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାରୁ ଅସୁଥୁବା ମ ନରେଗା ଯୋଜନା ଭଳି ଅନେଜ ଯୋଜନା କୁ ଦିଗ ଭ୍ରଷ୍ଟ କରି ଲୋକଙ୍କୁ ଭୁଆଁ ବୁଲାଉ ଥୁବା ରାଜ୍ୟ ସରକାର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବାକୁ କହିଛନ୍ତି, ରାୟଗଡ ଜିଲା ଭାଜପା ବିଧାୟକ ପାର୍ଥି ବସନ୍ତ ଉଲକା କହୁଛନ୍ତି। କିଷାନ ଯୋଜନା ହେଉ କିମ୍ବା ବ୍ୟକ୍ତିଗତ ପାଇଖାନା ଯୋଜନା ରାୟଗଡ ରେ ସମ୍ପୂର୍ଣ ବିଫଳ ହେଇଚି କେଉଁଠି ଠିକାଦାର ଠକୁଛି ତ କେଉଁଠି ଅଫିସର ଖଜୁରୀ ଗଛର କି ଗୁଣ ଗାଇବି ସେତ ମୂଳରୁ ପାହାଚ ପାହାଚ ବୋଇଲା ଭଳି ଏଠି ନେତା ମନ୍ତ୍ରୀ ସମସ୍ତେ ସମାନ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି। ଆଗାମୀ ଦିନମାନଙ୍କରେ ବହୁବାର ପାନୀୟ ଜଳ ପାଇଁ ଲୋକେ ଲମ୍ବା ଲାଇନ ଲଗାଇ ଜଗି ରହିବା ଫଳରେ ଅନେକ ଶ୍ରମଜୀବୀ ମହିଳାମାନେ ନାହିଁ ନଥିବା ହଇରାଣ ହେବା ଖବର ଅର୍ଥାତ ନା ପାଣି ପାଇଲେ ନା କାମକୁ ଯାଇ ପାରିଲେ ଏହିଭଳି ଅନେଜ ସମସ୍ୟାର ସମାଧାନ କରିବାକୁ ପାର୍ଟି ଦାବୀ କରୁଛି ।ସେହି ଭଳି ପୌରପାଳିକା ର ସଫେଇ କାର୍ଯ୍ୟ ଲୋକଙ୍କ ପାଇଁ ସୁବିଧା କରି ପାରୁନାହିଁ ତେଣୁ ସଠିକ ଭାବରେ ପରିମଳ ବ୍ୟବସ୍ଥା କୁ ସୁଧାରିବାକୁ ଦାବୀ କରାଯାଇଛି। ଏହି ସମିଳନୀରେ ସମସ୍ତ ଗଣ ମଧମର ପ୍ରତିନିଧି ଓ ଜିଲ୍ଲା ସମ୍ପାଦକ କିଶୋର ପଣ୍ଡା, ବିଦ୍ୟା ଭୂଷଣ ପଣ୍ଡା,ଅଜୟ କୁମାର ଚୁଲେଟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

related posts

Leave a Comment