Home Breaking News / ତାଜା ଖବର ଆଫଗାନିସ୍ତାନରେ କାମଚଳା ସରକାର ଗଢିଲା ତାଲିବାନ, ଅଖୁନ୍ଦ ହେଲେ ପ୍ରଧାନମନ୍ତ୍ରୀ

ଆଫଗାନିସ୍ତାନରେ କାମଚଳା ସରକାର ଗଢିଲା ତାଲିବାନ, ଅଖୁନ୍ଦ ହେଲେ ପ୍ରଧାନମନ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନ ରାଜଧାନୀ କାବୁଲ ଦଖଲର ପ୍ରାୟ ୩ ସପ୍ତାହ ପରେ ସରକାର ଗଠନ କରିଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ପ୍ରଥମେ କାମଚଳା ସରକାର ଗଠନ କରାଯାଇଛି । ଏହି ସରକାରରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ, ମୁଲ୍ଲା ବରାଦର ଉପ ପ୍ରଧାନମନ୍ତ୍ରୀ, ସିରାଜ ହକାନୀ ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ତାଲିବାନ ଆତଙ୍କି ସଂଗଠନ ମୋଟ୍ ୩୩ ଜଣ ଆତଙ୍କିଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିଛି । ପାକିସ୍ତାନର ଅଧିକ ନିକଟତର ହକାନା ନେଟୱର୍କ ହାତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରହିଛି ।
ତାଲିବାନର କାମଚଳା ସରକାରରେ ନିଯୁକ୍ତ ହୋଇଥିବା ୩୩ ଆତଙ୍କବାଦୀଙ୍କ ମଧ୍ୟରୁ ୧୭ ବିଶ୍ୱ ଆତଙ୍କବାଦୀ ତାଲିକାରେ ରହିଛନ୍ତି । ମୁଲ୍ଲା ହସନ ଅଖୁନ୍ଦ ମିଳିତ ଜାତିସଂଘର ବିଶ୍ୱ ଆତଙ୍କୀ ତାଲିକାରେ ରହିଛି । ସେହିପରି ମୁଲ୍ଲା ଅବଦୁଲ ଘନୀ ବରାଦର ଉପ ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି । ସେ ମଧ୍ୟ ବିଶ୍ୱ ଆତଙ୍କୀ ତାଲିକାରେ ରହିଛି । ପାକିସ୍ତାନରେ ବରାଦର ଗିରଫ ହୋଇ ଜେଲରେ ମଧ୍ୟ ରହିଥିଲେ । ଗୃହମନ୍ତ୍ରୀ ରହିଥିବା ସିରାଜ ଉଦ୍ଦିନ ହକାନୀ ମଧ୍ୟ ବିଶ୍ୱ ଆତଙ୍କୀ ତାଲିକାରେ ରହିଛି । ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ତାଲିବାନ ଏପରି ସରକାର ଗଠନ କରିଛି, ଯେଉଁଥିରେ ବିଶ୍ୱ ଆତଙ୍କବାଦୀ ତାଲିକାରେ ରହିଥିବା ଆତଙ୍କୀ ସ୍ଥାନ ପାଇଛନ୍ତି ।

related posts

Leave a Comment