Home Breaking News / ତାଜା ଖବର ମୁଲ୍ଲା ବରାଦର ହାତରୁ ଖସିଗଲା ପ୍ରଧାନମନ୍ତ୍ରୀ ପଦ, ଆଇଏସଆଇ ଖେଳିଲା ଚାଲ

ମୁଲ୍ଲା ବରାଦର ହାତରୁ ଖସିଗଲା ପ୍ରଧାନମନ୍ତ୍ରୀ ପଦ, ଆଇଏସଆଇ ଖେଳିଲା ଚାଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନରେ ତାଲିବାନ ଗଠନ କରିଥିବା ସରକାରରେ ମୁଲ୍ଲା ବରାଦର ପ୍ରଧାନମନ୍ତ୍ରୀ ହେବା ନେଇ ଶେଷ ସମୟ ଯାଏଁ ଆକଳନ ଲଗା ଯାଉଥିଲା । ହେଲେ ଖେଳ ଶେଷ ସମୟରେ ବଦଳାଇ ଦେଲା ପାକିସ୍ତାନ । ହକାନୀ ନେଟୱର୍କ ହାତରେ ବଡ ପଦବୀ ଦେବା ସହିତ ମୁଲ୍ଲା ବରାଦରକୁ ପ୍ରଧାନମନ୍ତ୍ରୀ ଗାଦିରୁ ଦୂରେଇ ରଖିବାରେ ସଫଳ ହେଲା । ପାକିସ୍ତାନ ଆଇଏସଆଇ ମୁଖ୍ୟ ଏଥିପାଇଁ କାବୁଲରେ ଆଗୁଆ ପହଁଚି ଶୀର୍ଷ ତାଲିବାନ ନେତା ଓ ଅନ୍ୟ ଆତଙ୍କି ନେତାଙ୍କ ସହିତ ସାକ୍ଷାତ କରି ରୋଡ୍ ମ୍ୟାପ୍ ତିଆରି କରିଥିଲେ । ଫଳରେ ଦେଖୁଥିଲେ ବରାଦର, ତାଙ୍କ ହାତରୁ ଖସିଗଲା ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ପଦ । ବର୍ତମାନ ବରାଦର ଆଫଗାନୀସ୍ତାନରେ ତାଲିବାନର କାମଚଳା ସରକାରରେ ଉପ ପ୍ରଧାନମନ୍ତ୍ରୀ ପଦବୀ ମିଳିଛି । ହକାନୀ ନେଟୱର୍କ ନେତା ସିରାଜ ହକାନୀଙ୍କୁ ଆଫଗାନିସ୍ତାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିଛି । କହିବାକୁ ଗଲେ ପାକିସ୍ତାନ ଏହାର ଖେଳରେ ସଫଳ ହୋଇଛି । ଆଇଏସଆଇ ଏପରି ଚାଲ୍ ଖେଳିବା ମୁଲ୍ଲା ବରାଦରଙ୍କ ନାକ ତଳେ, ତାଲିବାନ ସଂଗଠନ ବି ବୁଝି ପାରିଲା ନାହିଁ । ତାଲିବାନ ସରକାରରେ ପାକିସ୍ତାନ କିପରି ପ୍ରଭାବ ରଖିଛି ଏହା କେବଳ ଗୋଟିଏ ପ୍ରମାଣ ମାତ୍ର ।

related posts

Leave a Comment