Home Breaking News / ତାଜା ଖବର ଅତି ଅଗ୍ରହରେ ଗ୍ରହଣ କଲେ ଆନ୍ଧ୍ର ଭକ୍ତ କୋଟି ମହା ମୃତ୍ୟୁଞ୍ଜୟ ଲିଖନ ପୁସ୍ତିକା

ଅତି ଅଗ୍ରହରେ ଗ୍ରହଣ କଲେ ଆନ୍ଧ୍ର ଭକ୍ତ କୋଟି ମହା ମୃତ୍ୟୁଞ୍ଜୟ ଲିଖନ ପୁସ୍ତିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ବିଶ୍ୱ କଲ୍ୟାଣ ସାଧନା କେନ୍ଦ୍ର ରାୟଗଡ ତରଫରୁ ଜିଲ୍ଲା ତଥା ଜିଲ୍ଲା ବାହାରେ ଏହି ଅଧ୍ୟତ୍ମିକ କେନ୍ଦ୍ରର ଅତି ଖ୍ୟାତି ରହିଛି। ପ୍ରାୟ ଏକ ବର୍ଷ ପୂର୍ବରୁ କରନା ମହାମାରୀ ରୁ ସାରା ବିଶ୍ୱକୁ ଅଧ୍ୟତ୍ମିକ ଶକ୍ତିର ସୁରକ୍ଷା ପାଇଁ ଜନ ସାଧରଣଙ୍କ ସହଯୋଗରେ ଏକ କୋଟି ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରି ଯଜ୍ଞାନୁଷ୍ଠାନ କରା ଯାଉଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୁର ପଲିକୁ ଯାଇ ସଚେତନ କରିବା ସହ ସମସ୍ତଙ୍କୁ ଧ୍ୟାନ ଓ ମନ୍ତ୍ର ଜପ କରିବା ସହ ଏକ ମନ୍ତ୍ର ଲିଖନ ବହି ସମିତି ତରଫରୁ ବିନା ସ୍କୁକରେ ପ୍ରଦାନ କରାଯାଉଛି। ଏହି ପୁସ୍ତିକା ରେ ଓଡ଼ିଆ ରେଲୁଗୁ ଭାଷାରେ ଲେଖା ଅଛି, ଏହା ପାଇବା ପାଇଁ ଏକ ସ୍ୱତନ୍ତ୍ର ନିୟମ ରହିଛି । ଏହା ହେଲା ସମସ୍ତେ ନିୟମିତ ଲେଖି କେତେ ସମୟ ଧ୍ୟାନ କରିଛନ୍ତି ଏବଂ ଏହା ଲେଖି ସରିବା ପରେ ଏହି ବହିକୁ ଫେରାଇବା କୁ ପଡିବ ସବୁ ଲିଖନ ପୁସ୍ତକ ଆସିବା ପରେ ଏକ ମହା ଯଜ୍ଞର ଆୟୋଜନ କରାଯିବ ବୋଲି କଲ୍ୟାଣ ସମିତି କେନ୍ଦ୍ରର ସଂସ୍ଥାପଜ ଯୋଗୀଶ୍ରୀ ଚୈତନ୍ୟ ରାମ କହିଛନ୍ତି। ଏହି ସବୁ କଥାରେ ରାଜି ହୋଇ ପ୍ରଭାବିତ ହେଇଥିଲେ ଆନ୍ଧ୍ର ପ୍ରଦେଶର ବିଜୟ ନଗରମ ଜିଲ୍ଲା ମାକୁବା ଗ୍ରାମର ଭକ୍ତ ବୃନ୍ଦ। ଏହି ଖବର ପାଇ ମାକୁବା ଗ୍ରାମର ଲୋକମାନେ ସ୍ୱତନ୍ତ୍ର ଭାବେ ଯୋଗୀଶ୍ରୀ ଙ୍କୁ ଆମନ୍ତ୍ରଣ କରି ଏହାକୁ ଧାରଣ କରିଛନ୍ତି। ପ୍ରକାଶ ଥାଉକି ଏହି ସମିତି ମାଧ୍ୟମରେ ଓ ବିଶ୍ବହିନ୍ଦୁ ପରିଷଦ ସହଯୋଗରେ ଅଂଚଳରେ ଅଧ୍ୟାତ୍ନିକ ସଂସ୍କାର କର୍ମ ପୂଜନ, ବ୍ୟକ୍ତି ନିର୍ମାଣ ଭଳି ଅନେଜ ମାଙ୍ଗଳିକ କର୍ମ ଚାଲିଛି।

related posts

Leave a Comment