Home Breaking News / ତାଜା ଖବର ଦେବକୁଣ୍ଡର ଅମ୍ବିକା ପୀଠ ନଖୋଲିଲେ ଜନ ଆନ୍ଦୋଳନ

ଦେବକୁଣ୍ଡର ଅମ୍ବିକା ପୀଠ ନଖୋଲିଲେ ଜନ ଆନ୍ଦୋଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୧୯୫୪ ମସିହା ଠାରୁ ଅଧିଷ୍ଠାତ୍ରୀ ଦେବୀ ଅମ୍ବିକା ପ୍ରକୃତିର ସୌନ୍ଦର୍ଯ୍ୟ ଭରା ଦେବକୁଣ୍ଡ ଠାରେ ପୂଜା ପାଇ ଆସୁଅଛନ୍ତି ।ଏହା ଉଦଳାଠାରୁ ମାତ୍ର ୨୫କିମି ଦୂରରେ ଅବସ୍ଥିତ । ଏହା ୫୧ ତମ ଶକ୍ତି ପୀଠ ସହିତ ପଞ୍ଚସାଗର ତୀର୍ଥ ସ୍ଥାନ ରୂପେ ଗଣା ଯାଇ ଥାଏ । ଏଠାକୁ ବର୍ଷ ତମାମ ଓଡ଼ିଶା ତଥା ବାହାରୁ ବିଭିନ୍ନ ଭକ୍ତ ପୂଜାର୍ଚ୍ଚନା ପାଇଁ ଆସି ଥାଆନ୍ତି ।ପୂର୍ବରୁ ଏହି ଅଞ୍ଚଳଟି ଉଦଳା ବନଖଣ୍ଡ ଅଧିନରେ ଥିଲା ଏବେ ତାହା ଡୁକୁରା ବନଖଣ୍ଡ ଅଧିନରେ ଅଛି । ସରକାରଙ୍କ କୋଭିଡ ନିୟମ ଅନୁସାରେ ଗତ ବର୍ଷ ଓ ଚଳିତ ବର୍ଷ ମନ୍ଦିରମାନଙ୍କର ପୂଜା ବନ୍ଦ କରାଯାଇଛି କିନ୍ତୁ ଏବେ ମନ୍ଦିର ଖୋଲି ପୂଜାର୍ଚ୍ଚନା ପାଇଁ ସରକାରୀ ଗାଇଡ ଲାଇନ ଆସିଲାଣି ହେଲେ ବନଖଣ୍ଡ ବିଭାଗର ଉପରିସ୍ଥ ହାକିମ ମାନେ ପ୍ରବେଶ ଫାଟକକୁ ବନ୍ଦ ରଖିବା ଫଳରେ ମନ୍ଦିରର ପୂଜାପାଠ ହୋଇ ପାରୁନି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇ ଅଛି ।ପୂଜା କରିବା ପାଇଁ ଭକ୍ତ ଓ ତୀର୍ଥ ଯାତ୍ରୀ ମାନେ ଆସି ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ଏବାବଦରେ ଆଜି ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲାପାଳ ମୟୂରଭଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ରେ ତୁରନ୍ତ ମନ୍ଦିର ଖୋଲି ପୂଜାର୍ଚ୍ଚନା ପୂର୍ବପରି ଚାଲିବା ପାଇଁ ଅନୁରୋଧ କରିଅଛନ୍ତି । ଡୁକୁରା ବନଖଣ୍ଡ ଅଧିକାରୀମାନେ କହିଛନ୍ତି ଯେ , ଏହି ବନ୍ଦ ସାଧାରଣତଃ ଜୁନ ମାସଠାରୁ ହୋଇ ଥାଏ ଏବଂଏହାର କାରଣ ବର୍ଷା ପାଇଁ ହୋଇଥାଏ । ଶିମିଳିପାଳ ଜାତୀୟ ବନାଞ୍ଚଳର ଅଧିନରେ ଏହା ଥିବାରୁ ବନ୍ଦ କରାଯାଇଛି । କିନ୍ତୁ ପୂର୍ବରୁ ଏହି ପୀଠରେ ପୂଜାର୍ଚ୍ଚନା ହେଉଥିଲା । ତୁରନ୍ତ ଖୋଲା ନଗଲେ ଆଗକୁ ଜନ ଆନ୍ଦୋଳନ ହେବ ବୋଲି ଉଲ୍ଲେଖ ହୋଇ ଅଛି । ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପୂର୍ବତନ ନଗରପାଳ ଉଦଳା ଏନ ଏ ସିର ମନୋଜ ମହାନ୍ତି , ପୂର୍ବତନ କାଉନସିଲର ପ୍ରଭାତ ପରିଡ଼ା ,ସୀମାନ୍ତ ତ୍ରିପାଠୀ ,ପୂର୍ବତନ ବଣିକ ସଂଘ ସଭାପତି ସୋମନାଥ ସାହୁ , ବଣିକ ସଂଘ ସଭାପତି ରବିନ୍ଦ୍ର ପରିଡ଼ା , ସହିତ ପ୍ରଦୀପ କୁମାର ପରିଡା ,ଅନୀଲ କୁମାର ମହାପାତ୍ର ,ହେମନ୍ତ କୁମାର ବେହେରା ,ଦୀପକ କୁମାର ନାୟକ , ଡିକେନ ବେହେରା ,ରାଜୀବ କୁମାର ଭୋଳ ,

related posts

Leave a Comment