Home Breaking News / ତାଜା ଖବର ଗୁଣୁପୁରରେ ଦୁଇ ଦୁଇ ଟି ଚୋରି, ପୋଲିସ ହାତ ଖାଲି, ପୋଲିସର ପାରିବା ପଣିଆକୁ ଚାଲେଞ୍ଜ କରୁଛି ଚୋର

ଗୁଣୁପୁରରେ ଦୁଇ ଦୁଇ ଟି ଚୋରି, ପୋଲିସ ହାତ ଖାଲି, ପୋଲିସର ପାରିବା ପଣିଆକୁ ଚାଲେଞ୍ଜ କରୁଛି ଚୋର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ)ରାୟଗଡା ଜିଲ୍ଲା ଗୁଣୁପୁରରେ ଦିନ କୁ ଦିନ ବଢି ଚାଲିଛି ଚୋରି ଓ ଡକାୟତି ଭଳି ଘଟଣା।ଗତ ବୁଧବାର ଦିନ ତଥା ତା(୦୧/୦୯) ରିଖ ଦିନ ଦ୍ବିପହରେ ବାବୁଲିନଗର ଲେନ-୫ ର ବିନୋଦ ଚନ୍ଦ୍ର ମହାପାତ୍ର ଙ୍କ ଘରୁ ଛୁରୀମୁନରେ ଭୟବିତ କରି ୨୫ ତୁଳା ସୁନା ସହ ନଗଦ ୫ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ ମାନେ।ଗୁଣୁପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ମଧ୍ୟ କରିଥିଲା,ତଦନ୍ତ କେବଳ ତଦନ୍ତ ସାରିନାହିଁ। ଠିକ ଏକ ସପ୍ତାହ ନପୁରୁଣୁ ପୋଲିସକୁ ଚାଲେଞ୍ଜ କଲା ଭଳି ଗତକାଲି ମଧ୍ୟରାତ୍ରିରେ ପୁଣି ଏକ ଡକାୟତି(ଚୋରି) ଘଟିଛି ଗୁଣୁପୁର ବଜାରରେ ଥିବା ମାଁ ଠାକୁରାଣୀ ମନ୍ଦିରରେ,ପୂଜାରୀଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟାରେ ରେ ଆଳତି ପରେ ସବୁଦିନ ଭଳି ମନ୍ଦିରକୁ ଠିକ ଭାବରେ ତାଲା ମାରି ଯାଇଥିଲେ,କିନ୍ତୁ ସକାଳୁ ଆସି ଦେଖିଲା ବେଳକୁ ମନ୍ଦିରର ତାଲା ଭାଙ୍ଗି ଚୋର ମାନେ ମାଁଙ୍କୁ ଲାଗିଥିବା ଅଳଙ୍କାର ସବୁ ଲୁଟି ନେଇଥିଲେ। ସୂଚନାଯୋଗ୍ୟ ଯେ ୩୦ତୁଳା ରୂପ ସହ ୩ ତୁଳା ର ସୁନା ଚୋରି ହୋଇଛି। ଚୋରି ଦେଖିବା ପରେ ପୂଜାରୀ ଗୁଣୁପୁର ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଇଛନ୍ତି। ଗୁଣୁପୁର ଥାନା ଅଧିକାରୀ ଶ୍ରୀ ହିୟାଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶେଷରେ ଚୋର (ଡକାୟତ) ମନେ ମାଁଙ୍କ ମନ୍ଦିରରୁ ବି ଚୋରି କରିନେଇ ଥିବା ଘଟଣା ବର୍ତ୍ତମାନ ଗୁଣୁପୁରରେ ଚଞ୍ଚଲ୍ୟ ସୃଷ୍ଟି କରିଛି! ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ଜନସାଧାରଣ ଙ୍କ ମନରେ ଉଠିଛି ଯେ ରାତ୍ରି କାଳୀନ ପେଟ୍ରୋଲିଂ ରେ ଥିବା ପୋଲିସ ଓ ମୋଟର ସାଇକେଲ ଯୋଗେ ରାତ୍ରି ପେଟ୍ରୋଲିଂ ରେ ବୁଲୁଥିବା କନେଷ୍ଟବଳ ମାନେ କରୁଥିଲେ କ’ଣ?ନିଜର କର୍ତ୍ତବ୍ୟରୁ ବାଟବଣା ହୋଉଛନ୍ତି କି ରାତ୍ରି ପେଟ୍ରୋଲିଂରେ ରହୁଥିବା ପୋଲିସ କର୍ମଚାରୀ ମାନେ?କିଭଳି ମେଇନ ରୋଡ ଉପରେ ଥିବା ମାଙ୍କ ମନ୍ଦିର ରୁ ଚୋରି ସମ୍ବବ ହେଲା?ଶୋଇ ପଡିଥିଲେ କି ପୋଲିସ କର୍ମଚାରୀ ମାନେ?ଏଭଳି ଅନେକ ପ୍ରଶ୍ନ ଜନ ସାଧାରଣ ଙ୍କ ମନରେ ଉଙ୍କି ମାରୁଛି?ଦିନ କୁ ଦିନ ଚୋରି ଘଟଣା ଶୁଣି ଭୟବିତ ରେ ଅଛନ୍ତି ଗୁଣୁପୁର ବାସୀ,ପୋଲିସ କୁ ଚାଲେଞ୍ଜ କରୁଛନ୍ତି କି ଏହି ଚୋର ମାନେ?ଏହା କୌଣସି ବ୍ୟକ୍ତି ବିଶେଷ ନା ବାହାରୁ ଆସିଥିବା କୌଣସି ଗ୍ୟାଙ୍ଗ ର କାର୍ଯ୍ୟ ତାହାମଧ୍ୟପ୍ରଶ୍ନବଚି ସୃଷ୍ଟି କରିଛି?ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ କେତେଦିନ ମଧ୍ୟରେ ଚୋରଙ୍କୁ ଗିରଫ କରିବ ପୋଲିସ ?ଗୁଣୁପୁର ବାସୀଙ୍କୁ କେବେ ମିଳିବ ଅସ୍ବସ୍ତି ।

related posts

Leave a Comment