Home Breaking News / ତାଜା ଖବର ପରଜଙ୍ଗ ବ୍ଲକ ପାଟରପଦା ଗାଁରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ପାଇଁ ଜନ ଶୁଣାନିକୁ ସ୍ଥାନୀୟ ବାସିନ୍ଦାଙ୍କ ଘୋର ବିରୋଧ

ପରଜଙ୍ଗ ବ୍ଲକ ପାଟରପଦା ଗାଁରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ପାଇଁ ଜନ ଶୁଣାନିକୁ ସ୍ଥାନୀୟ ବାସିନ୍ଦାଙ୍କ ଘୋର ବିରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗାଁରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ପାଇଁ ଜନ ଶୁଣାନିକୁ ଆଜି ସ୍ଥାନୀୟ ବାସିନ୍ଦାଙ୍କ ଘୋର ବିରୋଧ ,ଘଟଣ। ସ୍ଥଳରେ ଉତେଜନା ।ବାହାର ଜିଲାରୁ ଆସୁଥିବା ବର୍ଜ୍ୟବସ୍ତୁ ଏଠାକୁ ଆସିବ ଔ ଅହି ଅଞ୍ଚଳ ପ୍ରଦୁଷ୍ସିତ ହେବ ପୂର୍ବତୁ ଏହାକୁ ନେଇ ଲୋକମାନେ ବିରୋଧ କରୁଥିବା ସତ୍ବେ ଆଜି ପ୍ରଶାସନ ତରଫରୁ ସ୍ଥାନୀୟ ବାସିନ୍ଦା ମାନଙ୍କୁ ନେଇ ଏଠାରେ ଜନ ଶୁଣାନି କରାଯାଉଛି ।ଯାହାକୁ ନେଇ ଏଠାରେ ଉତେଜନା ସାଙ୍ଗକୁ ବିରୋଧ କରିଛନ୍ତି ଶତାଧିକ ଲୋକ ।ଏଠାରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଅଞ୍ଚଳ ଦୂଷିତ ହେବ ସାଙ୍ଗକୁ ଜଙ୍ଗଲ ନଷ୍ଟ ହେବ ଆଉ ଜଙ୍ଗଲି ଜୀବ ହାତୀ ଗାଁ ମୁହଁ। ହେବ ।ଉଭୟ  ମହିଳା ଓ ପୁରୁଷ ସମସ୍ତେ ଏହାକୁ ବିରୋଧ କରିଛନ୍ତି ।ଏଠାରେ ପଲ୍ଯୁସନ କଣ୍ଟ୍ରୋଲ ବୋର୍ଡ ଅଧିକାରୀ ମାନେ,ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲପାଳ ,ପରଜଙ୍ଗ ତହସିଲଦାର,ବିଡିଓ.ଏସ୍ଡିପୀୟ ଙ୍କ ସମେତ ଅନ୍ୟ ଅଧିକାରୀ ପୋଲିସ ମାନେ ଉପସ୍ଥିତ ଅଛନ୍ତି ।ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଛି ।ଯାହାବି ହେଉ ଏଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରାଇଦେବେ ନ।ହିଁ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି ।ଘଟଣା ସ୍ଥଳରେ ଅଧିକ ଉତେଜନା ହେବାରୁ ଜନ ଶୁଣାନି କୁ ଆଜି ବନ୍ଦ କରି ଦିଆଯାଇଛି ।

related posts

Leave a Comment