Home Breaking News / ତାଜା ଖବର ତେଲେଙ୍ଗାନର ପୋଲାଭରମ ଜୁଲମ ସହ ପ୍ରଶାସନର ନାକ ତଳେ ଚାଲିଛି ମୂଲ୍ୟବାନ ପଥର ଲୁଟ: ମାଫିଆଙ୍କ ପଥର କ୍ବାଟର୍ସ ଉପରେ ଲୋଲୁପ ଦୃଷ୍ଟି, ପ୍ରଶାସନ ଅବଗତ ପରେ ଲାଗିଲା ନାଲି ପତାକା

ତେଲେଙ୍ଗାନର ପୋଲାଭରମ ଜୁଲମ ସହ ପ୍ରଶାସନର ନାକ ତଳେ ଚାଲିଛି ମୂଲ୍ୟବାନ ପଥର ଲୁଟ: ମାଫିଆଙ୍କ ପଥର କ୍ବାଟର୍ସ ଉପରେ ଲୋଲୁପ ଦୃଷ୍ଟି, ପ୍ରଶାସନ ଅବଗତ ପରେ ଲାଗିଲା ନାଲି ପତାକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡ଼ିଶା ସରକାର ଉପରେ ବାରମ୍ବାର ତେଲେଙ୍ଗାନର ପୋଲାଭରମ ଚାପ ସହ ଏବେ ଓଡ଼ିଶା ପଥର ଖଣି ଉପରେ ନଜର। ମାଲକାନଗିରି ଜିଲ୍ଲାରେ ଭରି ରହିଛି ଖଣିଜ ପଦାର୍ଥ। ଏହି ଖଣିଜ ପଦାର୍ଥ ଉପରେ ପ୍ରଶାସନର ନଜର ପଡିବା ପୂର୍ବରୁ ଖଣି ମାଫିଆ ମାନଙ୍କର ନଜର ପଡିଛି। ଦିନ ଦ୍ବୀପହରରେ ମୂଲ୍ୟବାନ ଖଣିଜ ପଦାର୍ଥ ଲୁଟ ତାହା ପୁଣି ଜାତୀୟ ରାଜପଥ ୩୨୬ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ। ଏହି ଲୁଟ ହେଉଛି ମୋଟୁ ତହସିଲ ଅନ୍ତର୍ଗତ କୁନାଲପାଲି ଗ୍ରାମ ନିକଟରେ। ମୋରମ ଖାଦନ ଭିତରେ ରହିଥିବା ଧଳା କ୍ବାଟ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆମାନଙ୍କର। ଅଶିକ୍ଷିତ ଗାଁ ଗୁଡିକରେ ଅଳ୍ପ କିଛି ଟଂକା ଦେଇ ସେମାନଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ତେଲେଙ୍ଗାନା ମାଫିଆ ମାନେ। କୁନାଲପାଲୀ ଗ୍ରାମରେ ରହିଥିବା ଏହି କ୍ବାଟର୍ସ ପଥରର ସନ୍ଦାନ ପାଇଥିଲେ ତେଲେଙ୍ଗାନାର ମାଫିଆ ମାନେ।

ଏହି ଗ୍ରାମକୁ ଗତ ତିନି ଚାରି ମାସ ତଳେ ଆସି ସର୍ଭେ କରିବା ପରେ ସେଠାରୁ ମୂଲ୍ୟବାନ କ୍ବାଟର୍ସ ପଥର ନେବା ପାଇଁ ଯୋଜନ ପସ୍ତୁତ କରିଥିଲେ। ଗ୍ରାମବାସୀଙ୍କୁ ମଦ, ମାଂସ ଏବଂ ଟଂକା ଦେଇ ଏଠାରୁ ମୂଲ୍ୟବାନ ପଥର ନେବାକୁ ଯୋଜନା କରି ସାରିଛନ୍ତି। କୁନାଲପାଲି ଗ୍ରାମ ନିକଟରେ ରହିଥିବା ମୋରମ ପାହାଡ ଭିତରେ ରହିଛି ଏହି ଧଳା ହୀରା।

related posts

Leave a Comment