Home Breaking News / ତାଜା ଖବର ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ବିସିଂହପୁର ଥାନା ଅଧୀନସ୍ଥ ଘଟୁଆଳ ଗୁଡ଼ାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବାପା ଓ ପୁଅ ଙ୍କୁ ଆକ୍ରମଣ। ଘଟଣା ସ୍ଥଳରେ ପୁଅ ମୃତ।ବାପା ଗୁରୁତର ।ଗୁରୁତର ବାପା ଙ୍କୁ ପ୍ରଥମେ କୁମୁଲି ଓ ପରେ ବୋରିଗୁମ୍ମା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ମୃତ ପୁଅ ଫକୀର ବିଶୋଇ ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ବାପା ହେଲେ ଦୟାନିଧି ବିଶୋଇ।ସେପଟେ ରକ୍ତାକ୍ତ ଅବସ୍ଥା ରେ ଫକୀର ଙ୍କ ଶବ ପଡିଛି।ଖବର ପାଇ ବିସିଂହପୁର ପୋଲିସ ଘଟୁଆଳ ଗୁଡ଼ାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ଗ୍ରାମର ବିଦ୍ୟାଧର ବିଶୋଇ ଓ ଦୟାନିଧି ବିଶୋଇ ଙ୍କ ପରିବାର ମଧ୍ୟରେ ପୂର୍ବରୁ ଏକ ଲିଫ୍ଟ ପଏଣ୍ଟ କୁ ବିବାଦ ରହିଥିଲା।ତେବେ ଗତକାଲି ରାତି ବିଦ୍ୟାଧର ତାଙ୍କର କିଛି ସହଯୋଗୀ ଙ୍କ ସହ ଆସି ଫକୀର ଙ୍କୁ ଖଣ୍ଡାରେ ହାଣି ଥିଲେ ତାପରେ ବାପା ଦୟାନିଧି ଙ୍କୁ ମଧ୍ଯ ଆକ୍ରମଣ କରିଥିଲେ।ଘଟଣା ସ୍ଥଳରେ ଫକୀର ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଦୟାନିଧି ଗୁରୁତର ହୋଇ ମେଡିକାଲ ରେ ଭର୍ତି ହୋଇଛନ୍ତି। ଗ୍ରାମରେ ସନ୍ଧ୍ୟା ସମୟ ରେ ଏକ ପୂଜା ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା। ହତ୍ୟା କାଣ୍ଡ କୁ ନେଇ ଗ୍ରାମର ୪ଜଣଙ୍କୁ ପୋଲିସ ଅଟକ ରଖି ପଚାର ଉଚରା କରୁଥିବା ଜଣାପଡିଛି।ସେପଟେ ଘଟଣା ରେ ଜଡିତ ଜଣେ ଫେରର ଥିବା ପରିବାର ତରଫରୁ ଅଭିଯୋଗ ହୋଇଛି।ଆଜି ସାଇଣ୍ଟିଫିକ ଟିମ କୁ ଡାକି ଏହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ।

related posts

Leave a Comment