Home Breaking News / ତାଜା ଖବର ପଞ୍ଜଶିରରେ ପାକିସ୍ତାନ ହସ୍ତକ୍ଷେପ ନେଇ ଇରାନର ସମାଲୋଚନା, ଦାବି କଲା ତଦନ୍ତ

ପଞ୍ଜଶିରରେ ପାକିସ୍ତାନ ହସ୍ତକ୍ଷେପ ନେଇ ଇରାନର ସମାଲୋଚନା, ଦାବି କଲା ତଦନ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନର ପଞ୍ଜଶିରରେ ଏବେ ବି ପ୍ରବେଶ କରିପାରିନାହିଁ ତାଲିବାନ । ପୁରା ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପାଇଁ ଏବେ ପଞ୍ଜଶିର ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏପରି ସମୟରେ ପାକିସ୍ତାନ ତାଲିବାନକୁ ଯୁଦ୍ଧରେ ପଞ୍ଜଶିର ଜିତିବା ପାଇଁ ଏହାର ବାୟୁସେନା ଓ ସୈନ୍ୟ ସହାୟତା କରି , ପଞ୍ଜଶିରରେ ଘନ ଘନ ବୋମା ବର୍ଷା କରୁଛି । ଏନେଇ ନର୍ଦନ ଆଲିଆନ୍ସ ମୁଖିଆ ଅହମ୍ମଦ ମାସୁଦ ଅଭିଯୋଗ ଆଣିବା ପରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ । ଇରାନ ପାକିସ୍ତାନର ଏପରି ଆଭିମୁଖ୍ୟକୁ ନେଇ ସତର୍କ କରାଇ ଦେଇଛି । ଅନ୍ତର୍ଜାତୀୟ ସୀମା ନିୟମକୁ ଆଖିରେ ରଖି ସମସ୍ତ ଦେଶ କାମ କରିବା ନେଇ ଇରାନ କହିଛି । ପଂଜଶିରରେ ପାକିସ୍ତାନ ବାୟୁସେନା ବିମାନ ପ୍ରବେଶ କରି ଆକ୍ରମଣ କରିବା ଘଟଣାର ତଦନ୍ତ ଦାବି କରିଛି ଇରାନ ।
ତାଲିବାନ ବର୍ତମାନ ଆଫଗାନିସ୍ତାନର ଉତର ଦିଗରେ ଥିବା ଏହି ପ୍ରୋଭିନ୍ସକୁ ଚାରି ପଟୁ ଘେରି ଯାଇ ସମସ୍ତ ସଂଯୋଗକୁ ଛିନ୍ନ କରିଦେଇଛି । ଇରାନ ଏପରି ସମୟରେ ପ୍ରଥମ ଦେଶ ଭାବରେ ତାଲିବାନ ଓ ପାକିସ୍ତାନର ଆଭିମୁଖ୍ୟକୁ ନେଇ ପ୍ରତିବାଦ କରିଛି ।

related posts

Leave a Comment