Home Breaking News / ତାଜା ଖବର ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଶାଖାପାଟଣା ପଶ୍ଚିମ ଜୋନ ଏମ.ଏଲ.ଏ ଓଡିଶା ପୋଲିସ ଦ୍ୱାରା ଗିରଫ

ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଶାଖାପାଟଣା ପଶ୍ଚିମ ଜୋନ ଏମ.ଏଲ.ଏ ଓଡିଶା ପୋଲିସ ଦ୍ୱାରା ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆନ୍ଧ୍ରପ୍ରଦେଶ: ଓଡିଶା ପୋଲିସ ଦ୍ୱାରା ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ପଶ୍ଚିମ ଜୋନ ୱ।ଏସଆର କଂଗ୍ରେସ ଦଳର ପୂର୍ବତନ ବିଧାନସଭା ପ୍ରାର୍ଥୀ ଏମ. ବିଜୟ ପ୍ରସାଦକୁ ଓଡିଶା ସିଆଇଡି ପୋଲିସ ଗିରଫ କରିଛନ୍ତି. ୫୨ ବର୍ଷୀୟ ବିଜୟ ପ୍ରସାଦ ୨୦୧୯ ମସିହାରେ ଓଡିଶା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିଲେ. ୨୦୧୯ ମସିହାରେ ତାଙ୍କ କମ୍ପାନୀ ୱେଲଫେର ଗ୍ରୁପ ଆଫ କମ୍ପାନୀ ନାମରେ ୧୨୦୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ମାମଲା ଓଡ଼ିଶାର ବିଭିନ୍ନ ପୋଲିସ ଥାନରେ ଦର୍ଜ କରାଯାଇଥିଲା, ତେବେ ଏହି ଦୁର୍ନୀତିର ତଦନ୍ତ କରୁଥିବା ଓଡିଶା ପ୍ରବର୍ତନ ନିର୍ଦେଶାଳୟ ଗତକାଲି ବିଶାଖାପାଟଣା ଆସି ବିଶାଖାପାଟଣା ପୋଲିସ ସହାୟତାରେ ବିଜୟ ପ୍ରସାଦଙ୍କ ଘର ଓ କାର୍ଯ୍ୟାଳୟରେ ଯାଞ୍ଚ କରିଥିଲେ. ଯାଞ୍ଚ ସମୟରେ ତାଙ୍କ ଘରୁ ୪୪.୯ ଲକ୍ଷ ଟଙ୍କା ସହ ଅନ୍ୟ କିଛି କାଗଜପତ୍ର ଜବତ କରିଛି. ବିଜୟ ପ୍ରସାଦଙ୍କ ୱେଲଫେର ଗ୍ରୁପ ଆଫ କମ୍ପାନୀ ୨୦୦୧ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହି କମ୍ପାନୀ ସାରା ଭାରତରେ ବ୍ୟବସାୟ କରିଥିଲା କିନ୍ତୁ ଏହି କମ୍ପାନୀରେ ଜମାକାରୀଙ୍କ ସଂଖ୍ୟା ଆନ୍ଧ୍ରପ୍ରଦେଶ, ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ସବୁଠାରୁ ଅଧିକ ଥିଲା କିନ୍ତୁ ଗତ କିଛି ବର୍ଷ ପୂର୍ବେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା ଏବଂ ନୂତନ କମ୍ପାନୀ ୱେଲଫେର ବିଲଡିଂ ଆଣ୍ଡ ଇଷ୍ଟେଟ ନାମରେ ନୂତନ କମ୍ପାନୀ ନିର୍ମାଣ କରିଥିଲେ ଓ ବର୍ତ୍ତମାନ ସେ ଏହି କମ୍ପାନୀର ଚେୟାରମେନ ଅଛନ୍ତି. ସେ ଏଥି ପୂର୍ବରୁ ମଧ୍ୟ ଅନ୍ୟ ୨ଟି ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ଓ କାର୍ଯ୍ୟାଳୟ ଯାଞ୍ଚ କରିସାରିଛି.

related posts

Leave a Comment