Home Breaking News / ତାଜା ଖବର ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ

ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୁଲାଡ଼(ରଙ୍କନିଧି ଦାଶ): ଐତିହାସିକ କ୍ଷେତ୍ର କୁଲାଡ ଠାରେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ର ୭ମ ବାର୍ଷିକ ଉତ୍ସବ କୃତିବାସ ବିଶ୍ଵାଳଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇ ଜାଇ ଅଛି। ଉତ୍ସବ ରେ ରାଜ୍ୟ ସଂଯୋଜିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ର କାର୍ଯ୍ୟକାରୀ ସଦସ୍ୟା ଡ଼. ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ପ୍ରଫେସର ଡ଼. ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଏବଂ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣଗ୍ରାହୀ ଏବଂ ସମାଜ ସେବୀ ଭି. ରାଜିବ ଲୋଚନ ରାଜୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାଷା ଓ ଭାବର ମିଳନ ହେଉଅଛି ସାହିତ୍ୟ । ଏହାର ରୂପ ଓ ସ୍ୱରୂପ ଭିନ୍ନ । ସାହିତ୍ୟ ର ପ୍ରତିଟି ରୂପ କୁ ସମ୍ବାଦ ସାହିତ୍ୟ ଘର ମାଧ୍ୟମରେ ପ୍ରସାର କରା ଯାଇ ପାରିଲେ ଓଡ଼ିଆ ଭାଷା ର ସୁଧତା ସମସ୍ତଙ୍କ ପାଖରେ ପହଞ୍ଚିବା ସହ ସମସ୍ତେ ଏହି ଦିଗ ରେ ନିଜେ ବି ସଚେତନ ହୋଇପାରିବେ । ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ସାରା ରାଜ୍ୟ ରେ ସାହିତ୍ୟ ଘର ସଭ୍ୟ ମାନଙ୍କର ଏହି କ୍ଷେତ୍ରରେ ମିଳିତ ପ୍ରୟାସ ଓ ସହୋଜଗ ଆବଶ୍ୟକ ବୋଲି ଅତିଥି ବୃନ୍ଦ ନିଜ ନିଜ ବ୍ୟକ୍ତବ ରେ ପ୍ରକାଶ କରିଥିଲେ । ଏହି ଅବସରରେ ଘୁମୁସର ବାର୍ଷିକ ପତ୍ରିକା କୁ ଉନ୍ମୋଚନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ତ୍ରିନାଥ ନାୟକ, କବି ସୁରେନ୍ଦ୍ର ସାହୁ, ଅଲ ଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା ଓ ସଂସ୍କୃତି ରତ୍ନ ନାରାୟଣ ମହାରଣାଙ୍କୁ ସ୍ଵନ୍ତ୍ରତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ଗୁରୁ ଦିବସ ଉପଲକ୍ଷେ ବରିଷ୍ଠ ଶିକ୍ଷକ ଏବଂ ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟ ଘର ର ସଂଗଠନ ସମ୍ପାଦକ ବିଶ୍ବମ୍ବର ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ । ସହ ସଂପାଦକ ଡ଼. ଗୁରୁମୁର୍ତୀ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ନେତାଜୀ ବିଷୋୟୀ ସ୍ଵାଗତ ଭାଷଣ ଏବଂ ସମ୍ପାଦକ ସନ୍ତୋଷ ଜେନା ବାର୍ଷିକ ବୀବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ଗୀତାରାଣୀ ମହାପାତ୍ର ଓ ଅନ୍ୟମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ଉପଦେଷ୍ଟା ସୁଳପାଣୀ ଶତପଥୀ ଧ୍ୟନ୍ୟବାଦ ଅର୍ପଣ କରିଥିଲେ।

related posts

Leave a Comment