Home Breaking News / ତାଜା ଖବର ବିଶ୍ବହିନ୍ଦୁ ପରିଷଦ ଉପସଭାପତି ସ୍ୱର୍ଗତ ଭାସ୍କର ରାଓଙ୍କ ପୁଣ୍ୟତିଥିରେ ସଂକୀର୍ତ୍ତନ ଓ ଯଜ୍ଞାନୁଷ୍ଠାନ

ବିଶ୍ବହିନ୍ଦୁ ପରିଷଦ ଉପସଭାପତି ସ୍ୱର୍ଗତ ଭାସ୍କର ରାଓଙ୍କ ପୁଣ୍ୟତିଥିରେ ସଂକୀର୍ତ୍ତନ ଓ ଯଜ୍ଞାନୁଷ୍ଠାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ର ଉପସଭାପତି ସ୍ବର୍ଗତ ଭାସ୍କର ରାଓଙ୍କ ଆଜି ଦିନରେ ଗତ ବର୍ଷ ନିଜ ସ୍ବ ପରିଜନଙ୍କୁ ଛାଡି ଦେହ ତ୍ୟାଗ କରିଥିଲେ। ତାଙ୍କର ପୁଣ୍ୟ ତିଥି କୁ ଆଜି ବିଶ୍ବହିନ୍ଦୁ ପରିଷଦ ତରଫରୁ ସଦର ମହକୁମା ସ୍ଥିତ ଏକଲ ବିଦ୍ୟାଳୟ କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି। ସେଜଣେ ଅଧ୍ୟତ୍ମିକ, ସାମାଜିକ ଓ ପରୋଉପକାରୀ ଉଦାର ବାଦୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ବିୟୋଗରେ ସାରା ଜିଲା ସ୍ଥବ୍ଧ ହୋଇଯାଇଥିଲା। ତାଙ୍କ ଅନୁପସ୍ଥିତି ବିଶ୍ବହିନ୍ଦୁ ପରିଷଦ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ରାଜେନ୍ଦ୍ର ସାହୁ କହିଛନ୍ତି। ସେହି ମହାନ ଆତ୍ମାର ସଦ୍ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରି ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତାଙ୍କର ସ୍ମୃତି ଚାରଣ କରିବା ସହ ସାଂକୀର୍ତନ ହୋମ ଯଜ୍ଞ କରାଯାଇଥିଲା। ଯୋଗୀଶ୍ରୀ ଚୈତନ୍ୟ ରାମ ମନ୍ତ୍ର ପାଠ କରି ହବନ କରି ରାମ ନାମ ଜପ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟ କ୍ରମରେ ସାଧୁ ସନ୍ଥ କ୍ରାନ୍ତୀ ବାବା ,ଡାକ୍ତର ପ୍ରକାଶ ରାଉତ, ଆଲୋକ ରଞ୍ଜନ ଖଟୁଆ,ଲଳିତ କୁମାର,ଗଣେଶ ନାୟକ, ରାମ ଜୈନ ଭାରତ, ବଳରାମ ଭୂମିୟା, ଆଇନ ଯିବି କିଶ୍ୱର ଚନ୍ଦ୍ର ସାହୁ, ଭବାନୀ ମିଶ୍ରକ,କେ ରମେଶ ପ୍ରଫୁଲ ପାତ୍ର ଓ ଦକ୍ଷିଣ ପ୍ରାନ୍ତର ଏକଲ ବିଦ୍ୟାଳୟ ର ସମସ୍ତ ପ୍ରମୁଖ,ପରିଷଦର କାର୍ଯ୍ୟକର୍ତା ବୃନ୍ଦ ଯୋଗ ଦେଇଥିଲେ। ନଶ୍ୱର ଜଗତେ ମୃତ୍ୟୁହିଁ ଧ୍ରୁବ ସତ୍ୟ ଏହାକୁ ସହଜରେ ଗ୍ରହଣ କରିବା ପାଇଁ ସାହସ କରିବା ଦରକାର କାହିଁକିନା ଆତ୍ମାର ମୃତ୍ୟୁ ନାହିଁ ଆତ୍ମା ଅବିନାଶୀ ଅଟେ ତେଣୁ ଶେଷରେ କିଛି ଯିବନି ସତକର୍ମହିଁ ଚିର ସାଥି ଅଟେ ବୋଲି ଯୋଗୀଶ୍ରୀ କହିଛନ୍ତି।

related posts

Leave a Comment