Home Breaking News / ତାଜା ଖବର ଡ୍ରେନ କୋଉଟା, ରାସ୍ତା କୋଉଟା :ବିପଦରେ କରାଖଣ୍ଡି ଗ୍ରାମବାସୀ

ଡ୍ରେନ କୋଉଟା, ରାସ୍ତା କୋଉଟା :ବିପଦରେ କରାଖଣ୍ଡି ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାନଖେମୁଣ୍ଡି (ପୁରୁଷୋତ୍ତମ ନାୟକ): ସରପଞ୍ଚଙ୍କ ମନମାନି |ବିପଦରେ ସାନଖେମୁଣ୍ଡି ବ୍ଲକ କୋଙ୍କରୋଡାଗ୍ରାମ ପଂଚାୟତ କରାଖଣ୍ଡି ଗ୍ରାମବାସୀ |ଏଠାରେ ଆଜିକୁ 5ମାସ ହେଲା ଗାଁ ରାସ୍ତାର ୨ ପାଖରେ ନାଳ ଖୋଲାଯାଇଛି, ହେଲେ କାମ ସମ୍ପୂର୍ଣ୍ଣ କରାଯାଉନାହିଁ |ଏହି ନାଳଟିର କାମ ନିଜେ ସରପଞ୍ଚ କରୁଛନ୍ତି | ପାଞ୍ଚ ମାସ ହେବ ଖୋଳି ଦେଇଛନ୍ତି କିନ୍ତୁ କାମ କରୁନାହାନ୍ତି | କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର କହିଲେ ମଧ୍ୟ କିଛି ଫଳମିଳୁନାହିଁ |ସମସ୍ତେ ଯେମିତି ଚେଇଁ ଶୋଇଛନ୍ତି | ସାହିରେ ରହୁଥିବା ପ୍ରାୟ 50 ପରିବାର ନାହିଁ ନଥିବାରୁ ଅସୁବିଧାରେ ପଡୁଛନ୍ତି | ସନ୍ଧ୍ୟା ସମୟ ହୋଇଗଲେ ମଶା ମାଛି ରଖେଇ ଦେଉନାହାନ୍ତି |ଏବେ ଡେଙ୍ଗୁ ରୋଗର ଭୟ ଥିବାବେଳେ,ବର୍ଷା ପାଣି ଜମି ରହିଲେ ଡେ଼ଙ୍ଗୁଜୂର ହେଵାର ସମ୍ଭାବନା ଅଧିକ ରହିଛି | ଡେଙ୍ଗୁଜର କେମିତି ନହେବ ସେଥିପାଇଁ ନିଧିମଉସା ସାହାଯ୍ୟରେ ବୁଲି ବୁଲି ଲୋକଙ୍କୁ ସତେତନା କରାଉଛନ୍ତି ସରକାର |କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠି ଫଳ ଶୂନ୍ୟ |କେବଳ ଡେଙ୍ଗୁଜର ନୁହେଁ ବରଂ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ |ଟିକେ ବର୍ଷା ହେଲେ ୩ ଫୁଟର ନାଳ ଓ ରାସ୍ତା ସମାନ ହେଇଯାଉଛି |ଲୋକେ ନାଳ ଭିତରେ ପଡୁଛନ୍ତି |ଏମିତିକି ଗାଈ ବାଛୁରୀ ଓ ଟ୍ୟୁସନ ଯାଉଥିବା ଛାତ୍ର ଛାତ୍ରୀ ଆହତ ହେବାର ନଜିର ରହିଛି |ଯଦି ଏହି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ କରାନଯାଏ ତେବେ ଆଗାମୀ ଦିନରେ ବ୍ଲକ ଘେରାଉ କରିବାକୁ କରାଖଣ୍ଡି ଗ୍ରାମବାସୀ ଚେତାବନୀ ଦେଇଛନ୍ତି |

related posts

Leave a Comment