Home Breaking News / ତାଜା ଖବର ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ସରକାର ସାଧାରଣ ଲୋକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ସମନ୍ୱୟ ଶିଶୁ ବିକାଶ ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଗର୍ଭବତୀ ମାଁ ଏବଂ ଶିଶୁ ଯେମିତି ନିକଟ ରୁ ଅତି ନିକଟ ରେ ଥିବା ଅଙ୍ଗନବାଡି କେନ୍ଦ୍ର ରୁ ସବୁ ପ୍ରକାର ସୁବିଧା ସୁଯୋଗ ପାଇ ପାରିବେ ସେ ଉପରେ ଯତ୍ନ ବାନ ଅଛନ୍ତି । ସେଥି ପାଇଁ ଗାଁ ଗାଁ ରେ ଅଙ୍ଗନବାଡି କେନ୍ଦ୍ର ରହିଛି । ଗାଁର ଅନତି ଦୂର ରେ ଥିବା ପଡା ମାନଙ୍କ ପାଇଁ ନୂତନ ନୂତନ ଅଙ୍ଗନ ବାଡି କେନ୍ଦ୍ର ସ୍ଥାପନ କରି ନୂତନ ଅଙ୍ଗନବାଡି କର୍ମୀ ଚୟନ କରୁଛନ୍ତି । ହେଲେ ଏହି ଅଙ୍ଗନବାଡି ଚୟନ ରେ ଅନିୟମିତତା ହେଉଥିବା ଭଳି ଏକ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରଭାଡ଼ି ଗାଁ ରେଙ୍ଗଟାପଡା.
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବାବେବିର ପଂଚାୟତ ର ଖଇରଭାଡ଼ି ଗାଁର ଏକ ପଡା ହେଉଛି ରେଙ୍ଗଟାପଡା । ରେଙ୍ଗଟାପଡ଼ାରେ 25 ବର୍ଷ ହେଲା ସ୍ଥାୟୀ ବାସିନ୍ଦା ମାନେ ବସବାସ କରୁଛନ୍ତି ଗାଁ ରୁ ପ୍ରାୟ ଅଧ କିଲୋମିଟର ଦୂର ରେ ଅବସ୍ଥିତ ।। ଏହି ପଡା ରେ ୬୦ ପରିବାର ରେ ପ୍ରାୟ ୩ଶହ ଲୋକ ବସବାସ କରନ୍ତି । ଏଥିରେ ୩ ବର୍ଷୀୟ ୩୦ ରୁ ୪୦ ଶିଶୁ ଥିବା ବେଳେ ବର୍ତ୍ତମାନ ମଧ୍ୟ ଅନେକ ଗର୍ଭବତୀ ମାଁ ସ୍ୱାସ୍ଥ୍ୟଗତ ପରୀକ୍ଷା ରୁ ବଂଚିତ ହୋଇ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଙ୍କ ତରଫରୁ ଏହି ରେଙ୍ଗଟାପଡା ପାଇଁ ଏକ ମିନି ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ଗୃହୀତ ହୋଇ ଅଙ୍ଗନବାଡି କର୍ମୀ ଚୟନ ପାଇଁ ବିଜ୍ଞାପନ ବାହାରିଥିଲା । ହେଲେ ଅଙ୍ଗନବାଡି ଚୟନ ରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରି ଖଇରଭାଡ଼ି ଗାଁର ଜଣେ ପ୍ରାର୍ଥୀ ଙ୍କୁ ଚୟନ କରିଥିବା ଜଣାପଡିଛି । ଏହାକୁ ପଡା ବାସୀ ବିରୋଧ କରି ନୂତନ ଅଙ୍ଗନବାଡି କର୍ମୀ ପାଇଁ ରେଙ୍ଗଟାପଡା ର ସ୍ଥାୟୀ ବାସିନ୍ଦା ଓ କୌଣସି ଯୋଗ୍ୟ ପ୍ରାର୍ଥୀନୀ ଙ୍କୁ ଚୟନ କରାଯାଉ ବୋଲି ଦାବି କରିଛନ୍ତି । ପୂର୍ବରୁ ଯେଉଁ ଅଙ୍ଗନବାଡି ଅଛନ୍ତି ସେ ମଧ୍ୟ ଖଇରଭାଡି ଗାଁ ର ହୋଇଥିବା ଯୋଗୁଁ ଏହି ପଡା କୁ ଅଣଦେଖା କରି ଗର୍ଭବତୀ ମାଁ ଓ ଶିଶୁ ମାନେ ତାଙ୍କ ଅଧିକାର ରୁ ବଞ୍ଚିତ ହେଉଥିଲେ । ତେଣୁ ରେଙ୍ଗଟାପଡା ନାଁ ରେ ଆସିଥିବା ନୂତନ ଅଙ୍ଗନ ବାଡ଼ି କେନ୍ଦ୍ର ରେ ରେଙ୍ଗଟାପଡା ର ସ୍ଥାୟୀ ବାସିନ୍ଦା ଯୋଗ୍ୟ ପ୍ରାର୍ଥୀନୀ ଙ୍କୁ ଚୟନ କରାଯାଉ ବୋଲି ପଡ଼ାବାସୀ ଦାବି କରିଛନ୍ତି ।
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରଭାଡି ରେଙ୍ଗଟାପଡା ରେ ହେବା କୁ ଥିବା ନୂତନ ଅଙ୍ଗନବାଡି ଚୟନ ରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ରେଙ୍ଗଟାପଡା ବାସୀ । ଏହି ନୂତନ ମିନି ସେଣ୍ଟର ପାଇଁ ତିନି ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ପ୍ରଶାସନ ସ୍ଥାୟୀ ଭାବରେ ସେହି ପଡ଼ା ରେ ରହୁଥିବା ତିନି ପ୍ରାର୍ଥୀ ଙ୍କୁ ନାକଚ କରି ଅନ୍ୟ ଜଣେ ପ୍ରାର୍ଥୀ ଯିଏକି ଖଇରଭାଡି ଗାଁର ତାଙ୍କୁ ଚୟନ କରିଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପ୍ରାର୍ଥୀନୀ ହେଉଛନ୍ତି ଖଇରଭାଡ଼ି ର ଯିଏକି ଏବେ ରେଙ୍ଗଟାପଡା ରେ ଏକ ଘର ତିଆରି କରୁଛନ୍ତି ,ସଂପୂର୍ଣ୍ଣ ଭାବେ ତିଆରି ହୋଇ ନାହିଁ ତାହା ପୁଣି ଅନ୍ୟ ବ୍ୟକ୍ତି ଙ୍କ ଜମିରେ ।ଜମି ର ପ୍ରମାଣ ମଧ୍ଯ ଆମେ ଆପଣଙ୍କୁ ଦେଖାଇବୁ, ଏହି ନୂତନ ଅଙ୍ଗନବାଡି କର୍ମୀ ପଦବୀ ହାତେଇବା ପାଇଁ ଏହା ଏକ ଯୋଜନା କରିଛନ୍ତି ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି । ଯଦି ସେହି ପାର୍ଥି ଙ୍କୁ ଚୟନ କରାଯାଏ ତେବେ ପୂର୍ବରୁ ହେଉଥିବା ସମସ୍ୟା ଏବେ ମଧ୍ୟ ରହିବ ବୋଲି ପଡା ର ମହିଳା କହିଛନ୍ତି ।ଏହାକୁ ନେଇ ବୋଡ଼େନ CDPO ଠାରୁ ନେଇ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ମଧ୍ଯ କୌଣସି ପଦକ୍ଷେପ ନେଉ ନଥିବାରୁ ଏଥିରେ ନିଶ୍ଚିତ ଭାବରେ ମଧୁଚନ୍ଦ୍ରିକା ହୋଇଥିବା ରେଙ୍ଗଟାପଡା ବାସୀ ଅଭିଯୋଗ କରିଛନ୍ତି ।ଏଣୁ ଏହାର ଉଚିତ ତଦାରଖ କରି ରେଙ୍ଗଟାପଡା ପାଇଁ ବିଜ୍ଞାପନ ବାହାରିଛି ସେହି ରେଙ୍ଗଟାପଡାର ଯୋଗ୍ଯ ପ୍ରାର୍ଥୀନୀ ଙ୍କୁ ଉକ୍ତ ପଦବୀ ଦିଆଯାଉ ଅନ୍ୟଥା ରେଙ୍ଗଟାପଡା ବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଏନେଇ ଆମେ ବୋଡେ଼ନ CDPO ଙ୍କୁ ପଚାରିବାରୁ ରେଙ୍ଗଟାପଡା ପାଇଁ ବାହାରି ଥିବା ଅଙ୍ଗନବାଡି କର୍ମୀ ପଦବୀ ରେ ନିଯୁକ୍ତି କରାଯାଇ ନାହିଁ ଅଭିଯୋଗ ପରେ ତାକୁ ସ୍ଥଗିତ ରଖି ତଦନ୍ତ ସରିଲେ ଉଚିତ ପଦକ୍ଷେପ ନେଇ ସରକାରଙ୍କ ନିୟମାନୁସାରେ ଯୋଗ୍ଯ ପ୍ରାର୍ଥୀନୀ ଙ୍କୁ ଚୟନ କରାଯିବ ବୋଲି କହିଛନ୍ତି, କିନ୍ତୁ ଅନ୍ୟ ପଟେ ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରୀ କାର୍ଯ୍ୟାଳୟ ,ବୋଡେ଼ନ ରୁ ଆଦେଶ କରାଯାଇଥିବା ତା 27.09.2021 ନିଯୁକ୍ତି ଦେବା ପାଇଁ ଚୂଡାନ୍ତ ଘୋଷଣା କରାଯାଇଛି । ଅନ୍ୟପଟେ ଅଙ୍ଗନୱାଡି କର୍ମୀ ପଦବୀ ଯଦି ସ୍ଥଗିତ ରଖାଯାଇଛି ସତ କିନ୍ତୁ ଏହାର ସତ୍ଯାସତ୍ଯ କଣ ଏଯାଏଁ ଜଣା ପଡିନାହିଁ ବୋଡେ଼ନ ବ୍ଲକ ଖଇରଭାଡି ରେଙ୍ଗଟାପଡା ର ନୂତନ ଅଙ୍ଗନବାଡି କର୍ମୀ ପଦବୀ ଚୟନ ର ସତ୍ଯତା କଣ ପ୍ରଶାସନ ପକ୍ଷରୁ ତଦନ୍ତ କରିବା ଜରୁରୀ ହୋଇପଡିଛି ।ଜିଲ୍ଲା ପ୍ରଶାସନ ଏଦିଗରେ ନିରପେକ୍ଷ ତଦନ୍ତ କରି ଉଚିତ ଯୋଗ୍ୟ ପ୍ରାର୍ଥୀନୀ ଙ୍କୁ ପଦବୀ ଦେବା ସାଧାରଣ ରେ ଦାବି ହେଉଛି ।

related posts

Leave a Comment