ପାଟଣାଗଡ଼(ପ୍ରିୟବ୍ରତ ସରାଫ): ଅବକାରୀ ବିଭାଗର କମିଶନରଙ୍କ ନିର୍ଦ୍ଦେଶ ରେ ବଲାଙ୍ଗିର ପାଟଣାଗଡ଼ ତୁଷୁରା ଓ ସଦର ଅବକାରୀ ବିଭାଗ ର ମିଳିତ ଚଢ଼ାଉ କରି ପାଟଣାଗଡ଼ ବ୍ଲକ ର ରେଙ୍ଗାଲି ଗାଁରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ରନ୍ଧା ମଦ ସରଞ୍ଜାମ 150 ଲିଟର ଦେଶୀ ମଦ ଜବତ କରିବାସହ ଓ ୨ହଜାର ମହୁଲ ପୋଚ ନଷ୍ଟ କରିଦେଇଥିବା ଜଣାପଡିଛି।ଏହି ଚଢ଼ାଉ ସମୟରେ ବଲାଙ୍ଗିର ମୋବାଇଲ ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ବିଶ୍ୱନାଥ ପରିଡା ସଦର ଇନ୍ସପେକ୍ଟର ରୋଷଣ ହଂସଦା ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଓ ପାଟଣାଗଡ଼ ଅବକାରୀ କର୍ମଚାରୀ ମାନେ ଚଢ଼ାଉରେ ସାହାଯ୍ୟ କରିଥିଲେ ଘଟଣା ସ୍ଥଳରୁ 3 ଜଣ ଆସାମୀ ଧରି ପାଟଣାଗଡ଼ ଅବକାରୀ ଅଫିସ କୁ ଆଣି ଅଧିକ ପଚରାଉଚରା କରି ସେମାନଙ୍କ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବର୍ତ୍ତମାନ ଆଗକୁ ନୂଆଖାଇ ଥିବାରୁ ପ୍ରତ୍ୟେକ ଗାଁ ଗାଁ ମାନଙ୍କରେ ମଦର ଆସର ଜମିଥାଏ ତେଣୁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରିବାକୁ ଜନସାଧାରଣ ଦାବି କରିଛନ୍ତି । ଏହି ଚଢ଼ାଉ ସମୟରେ ସଦର ଇନ୍ସପେକ୍ଟର ରୋଷନ ହଂସଦା ବାଲୁ ସେଠି ଅଜିତ ସାହୁ ଆର ଷଡଙ୍ଗୀ ଲୋଇସିଙ୍ଗା ଓ ତୁଷୁରା ଅବକାରୀ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ। ରେଙ୍ଗାଲି ଗାଁର ଥବୀର ବିଭାର ମୁକ୍ତେଶ୍ଵର ନାୟକ ଓ ରାଜେନ୍ଦ୍ର ହରିପାଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ମୋବାଇଲ ଇନ୍ସପେକ୍ଟର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରକାଶ କରିଛନ୍ତି।
ଅବକାରୀ ବିଭାଗର ଚଢ଼ାଉ: 150 ଲିଟର ଦେଶୀ ମଦ ସହ ୨ହଜାର ମହୁଲ ପୋଚ ଜବତ , ତିନିଜଣ ଗିରଫ ଓ କୋର୍ଟ ଚାଲାଣ
Share with
previous post