ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ପୌର ପରିଷଦ ରେ ବହୁଗୁଣ ବର୍ଦ୍ଧିତ ହୋଲଡିଂ ଟିକସ ପ୍ରତ୍ୟାହାର ଦାବୀରେ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଫୁଲବାଣୀ ପ୍ରେସ କ୍ଳବ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟର ୫ଟି ମହାନଗର ନିଗମ ପାଇଁ ପ୍ରସ୍ତାବିତ ହୋଲଡିଂ ଟିକସ ଆଇନକୁ ଫୁଲବାଣୀ ପୌର ପରିଷଦ ରେ ବେନିୟମ ଭାବେ ଲାଗୁ କରାଯାଇଥିବାରୁ ସହରବାସୀ ଏହାର ଦୃଢ ବିରୋଧ କରିଛନ୍ତି।ବର୍ତ୍ତମାନ ହୋଲଡିଂ ଟିକସ ଆଦାୟ ପାଇଁ ଘରବାଡିର ଅତ୍ୟୁଚ ମୂଲ୍ୟାୟନ ସହିତ ସେବା ନ ଯୋଗାଇ ସେବା କର ଆଦାୟ ଓ ବ୍ୟାପକ ପ୍ରିୟା ପ୍ରୀତି ତୋଷଣ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ପ୍ରତି ୫-୧୦ବର୍ଷ ରେ ଥରେ ପୂର୍ବ ଟିକସର ୧୦ପ୍ରତିଶତ ବଢାଯାଉଥିବା ବେଳେ ଚଳିତ ବର୍ଷ ୨୦-୩୦ଗୁଣ ବଢାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଯାହା ଅଗଣତାନ୍ତ୍ରିକ,ବେଆଇନ ଓ ଅସାମ୍ବିଧାନିକ ବୋଲି ମତ ପ୍ରକାଶ ପାଇଛି। ତେଣୁ ଏହାକୁ ବିରୋଧ କରି ସେପ୍ଟେମ୍ବର ତୃତୀୟ ସପ୍ତାହ ରେ ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ।ସରକାର ଏହି କଳା ଆଇନର ପୁନଃ ବିଚାର ନକଲେ ଆନ୍ଦୋଳନ ଜୋରଦାର କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ବର୍ଦ୍ଧିତ ହୋଲଡିଂ ଟିକସ ପ୍ରତ୍ୟାହାର ଦାବୀରେ ମିଳିତ ନାଗରିକ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ
Share with