Home Breaking News / ତାଜା ଖବର କାଶୀପୁର ଆଇଫାଡ ଛକ ନିକଟରୁ ଗଞ୍ଜେଇ ଜବତ ଘଟଣା, ଅଭିଯୁକ୍ତ ଗିରଫ

କାଶୀପୁର ଆଇଫାଡ ଛକ ନିକଟରୁ ଗଞ୍ଜେଇ ଜବତ ଘଟଣା, ଅଭିଯୁକ୍ତ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଗଂଜେଇ ମାଫିଆଙ୍କ ଭୂସ୍ବର୍ଗ ପଲଟିଥିବା ବେଳେ ପୋଲିସ ଯେତେ ଚେଷ୍ଟା କଲେବି ରୋକିବାରେ ବିଫଳ ହେଇଛି।ଗତ କିଛି ଦିନ ତଳେ ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ଆଇଫାଡ ଛକ ନିକଟରୁ ଗଞ୍ଜେଇ ଜବତ ଘଟଣା ; ସମସ୍ତ ୪ ଅଭିଯୁକ୍ତ ଗିରଫ ନେଇ ରବିବାର ଦିନ ମଧ୍ୟାହ୍ନ ସମୟରେ କାଶୀପୁର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ଠାର ଏକ ହୋଣ୍ଡା ସିଟି କାର ସହ ୬୭ କେଜି ୨୦୦ଗ୍ରାମର ଗଞ୍ଜେଇ ବ୍ୟାଗ,୪ଟି ମୋବାଇଲ ଫନ,ଏଟିଏମକାର୍ଡ ସହ ଆଇଡେଣ୍ଟି କାର୍ଡ ଯବତ କରାଯାଇଛି।ସମସ୍ତ ଅଭୀଯୁକ୍ତଙ୍କ ଘର ବିହାର ରାଜ୍ୟର ଛାପ୍ରାଜିଲା ଅଞ୍ଚଳର ବୋଲି ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଭୀଯୁକ୍ତ ମାନଙ୍କ ଡାକ୍ତରି ମଇନା ପରେ ଅଭୀଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାଶୀପୁର ଥାନା ଅଧିକାରି ପ୍ରଶନ୍ନ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହାର ପଛରେ କାହାର ହାତ ରହିଛି ଓ କେଉଁ ଠାରୁ ଆସୁଥିଲା ଏବଂ କେଉଁଠାକୁ ଯାଉଥିଲା ତାହା ତଦନ୍ତ ଚାଲିଛି ପରେ ସବୁ କଥା ପଦାକୁ ଆସିବ ବୋଲି କହିଛନ୍ତି।

related posts

Leave a Comment