Home Breaking News / ତାଜା ଖବର ବୁଗୁଡା ଏନ୍ଏସି କରୁଛି ଡେଙ୍ଗୁ ବେପାର

ବୁଗୁଡା ଏନ୍ଏସି କରୁଛି ଡେଙ୍ଗୁ ବେପାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ରାଜ୍ୟ ସରକାର ପ୍ରଶାସନ ମାଧ୍ୟମରେ ସମସ୍ତ ପ୍ରକାର ସଚେତନ କରି ଡେଙ୍ଗୁ ଜ୍ବରର ପ୍ରତିକାର କରାଉଥିବା ବେଳେ ସେ ନିଜେ ତଥା ପ୍ରଶାସନ ଭୂଲ୍ କରି ସ୍ଥାନୀୟ ଏନ୍ଏସି ବିରୁଦ୍ଧରେ ଆଣିଲେ ମହାଅଭିଯୋଗ ମାଣିତରା ସରପଞ୍ଚ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବୁଗୁଡା ଏନ୍ଏସିର ଦୈନଦିନର ବ୍ୟର୍ଜବସ୍ତୁ ଗୁଡିକୁ ନେଇ ବୁଗୁଡା ବ୍ଳକର ମାଣିତରା ପଞ୍ଚାୟତର ସୀମା ମଧ୍ୟରେ ଥିବା ରାସ୍ତା କଡରେ ପକାଇଆସୁଥିବା ନେଇ ବୁଗୁଡା ଏନ୍ଏସି ବିରୁଦ୍ଧରେ ଗର୍ଜିଛନ୍ତି ସରପଞ୍ଚ ପ୍ରତିନିଧି ବବୁଲ ନାୟକ । ସେ ପ୍ରତିବାଦ ସ୍ୱରୂପ କହିଛନ୍ତି ଯେ ଆମ ପଞ୍ଚାୟତର ଅଗୋଚରରେ ଦୀର୍ଘ ୧୫ କିମି ଦୂରକୁ ଆଣି ମାଣିତରା ପଞ୍ଚାୟତର ନଗୁଡୁ ଗ୍ରାମର ଅତି ନିକଟରେ ମୂଖ୍ୟ ରାସ୍ତାର କିଛି ଦୂରରେ ବର୍ଜ୍ୟବସ୍ତୁ ଗୁଡିକୁ ଆଣି ଢାଳି ଦେଇ ଯାଉଛନ୍ତି ଯା’ଫଳରେ ଦୈନଦିନ ଶହ ଶହ ବସ ହଜାର ହଜାର ଜନସାଧାରଣଙ୍କ ଗମନାଗମନ ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ସହ ଗ୍ରାମରେ ମଧ୍ୟ ଜନସାଧାରଣଙ୍କ ମନରେ ଡେଙ୍ଗୁ ଜ୍ବରର ଭୟ ଆସିଗଲାଣି । ଏନେଇ ଗ୍ରାମର ଜନସାଧାରଣ ସରପଞ୍ଚଙ୍କୁ ଜଣାଇବା ଯୋଗୁଁ ସରପଞ୍ଚ ପ୍ରତିନିଧି ମଧ୍ୟ ବୁଗୁଡା ଏନ୍ଏସି,ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ତା’ର ପ୍ରତିକ୍ରିୟା କିଛି ନହେବା କାରଣରୁ ଆଜି ମାଣିତରା ସରପଞ୍ଚ ପ୍ରତିନିଧି ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଅଭିଯୋଗ ପ୍ରକାଶ କରିଛନ୍ତି ତା’ସହ ପଞ୍ଚାୟତବାସୀମାନେ ମଧ୍ୟ ଉପସ୍ଥିତ ରହି ଏହାର କିଛି ବନ୍ଦୋବସ୍ତ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିବା ପାଇଁ ଧମକ ଦେଇଛନ୍ତି । ଏହି ସମ୍ମିଳନୀ ଅବସରରେ ସରପଞ୍ଚ ପ୍ରତିନିଧି ବବୁଲ ନାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ଖଦାଳ ଖଟାଇ,ପରିବେଶବିତ୍ ଭାବ ମହାନ୍ତି ପ୍ରମୁଖଅଂଶଗ୍ରହଣ କରିଥିଲେ ।

related posts

Leave a Comment