Home Breaking News / ତାଜା ଖବର ଠିକା ସଂସ୍ଥାର ଇଂଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ

ଠିକା ସଂସ୍ଥାର ଇଂଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିଠାରେ ଠିକା ସଂ ସ୍ଥାରେ କାର୍ଯ୍ୟରତ ଇଂଜିନିୟର ରାକେଶ କୁମାର ବେହେରା ଙ୍କ ଦାରିଙ୍ଗବାଡିର ଲୋହରା ସାହିଠାରେ ଥିବାବାସ ଭବନରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି। ଖବର ପାଇ ଦାରିଙ୍ଗବାଡି ପୋଲିସ ଥାନା ଅଧିକରୀ କୌଶିକ ମାଝି, ଡାକ୍ତର ଜାକେଶ ସାମନ୍ତରା ଏ; ଏକଜ୍ୟୁକ ଟିଭ ମାଜିଷ୍ଟ୍ରେଟ ନରେନ୍ଦ୍ର ମଲିକ, ପ୍ରମୁଖ ଘରର କବାଟ ଭାଙ୍ଗି ପାଇଖାନା ଘରୁ ରାକେଶର ମୃତଦେହ ଉଦ୍ଧାର କରି ଥିଲେ। ରାକେଶର ଘର ନୟାଗଡ଼ ଜିଲ୍ଲା ଦଶପଲା ଅଞ୍ଚଳରେ ।ତେବେ ରାକେଶର କିପରି ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ କରୁଛି ପୋଲିସ। ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ଦ।ରିଙ୍ଗବାଡିପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ହେଲେ ପ୍ରେମ ବ୍ୟାପାର କିମ୍ବା ଅର୍ଥ ହେରଫେର କୁ ନେଇ ଇଂରାକେଶ ବେହେରା ଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତଦନ୍ତ ପରେ ସବୁ କିଛି
ସ୍ପଷ୍ଟ ହୋଇଯିବ ବୋଲିଥାନା ଅଧିକାରୀ ମାଝି କହିଛନ୍ତି ।
.

related posts

Leave a Comment