Home Breaking News / ତାଜା ଖବର ତୃତୀୟ ଲହରୀ କରୋନା ସଂକ୍ରମିତ ଶିଶୁଙ୍କ ଉପରେ ପ୍ରଭାବ ପକେଇବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶିଶୁଙ୍କୁ ସଚେତନତା କଲେ ଗଣମାଧ୍ୟମ ପ୍ରତିନିଧି

ତୃତୀୟ ଲହରୀ କରୋନା ସଂକ୍ରମିତ ଶିଶୁଙ୍କ ଉପରେ ପ୍ରଭାବ ପକେଇବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶିଶୁଙ୍କୁ ସଚେତନତା କଲେ ଗଣମାଧ୍ୟମ ପ୍ରତିନିଧି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ବିଶ୍ୱ, ଆମ ଦେଶ ଏବଂ ରାଜ୍ୟରେ କରୋନାର ତୃତୀୟ ଲହରୀ ପ୍ରଭାବ ଶିଶୁଙ୍କ ଜପରେ ପଡିଛି । ଯାହା ଫଳରେ ଦୈନିକ ଶିଶୁମାନେ କରୋନା ସଂକ୍ରମିତ ରେ ଆକ୍ରାନ୍ତ ହେଉଛନ୍ତି ।ଆମ ରାଜ୍ୟରେ ଶହେରୁ ଉର୍ଦ୍ଧ୍ବ ଶିଶୁ ଆକ୍ରାନ୍ତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଶିଶୁଙ୍କ ଜୀବନ ଯାଇଛି ।ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳରେ ବିଭିନ୍ନ ଗ୍ରାମର ଅଙ୍ଗନବାଡି ରେ ଅଧାୟନ କରୁଥିବା ଶିଶୁ ମନଙ୍କୁ କରୋନା ତୃତୀୟ ଲହର କ୍ଷତି ନଘଟାଇବ ସେଥିପାଇଁ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଗଣମାଧ୍ୟମ ପ୍ରତିନିଧିମାନେ ଆଗେଇଆସିଛନ୍ତି।ଆଜି ସୀମାନ୍ତ ଛତିଶଗଡ଼ କୁ ଲାଗିଥିବା ସଦର ବ୍ଲକ ମାଟାପାକା ପଞ୍ଚାୟତ ସଦର ମହକୁମା ଅଙ୍ଗନବାଡି କେନ୍ଦ୍ରରେ ମାଟାପାକା ଏବଂ ନୂଆଗୁଡା ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ୩ ବର୍ଷ ରୁ ୮ ବର୍ଷ ଶିଶୁମାନଙ୍କର ମାତା ପିତା ଏବଂ ଅଙ୍ଗନବାଡି କର୍ମୀଙ୍କୁ କରୋନା ସଂକ୍ରମିତ ରୋଗ ସମ୍ୱନ୍ଧରେ ସଚେତନତା କରାଯିବା ସହ ମାତା ପିତା ମାନେ କିଭଳି ନିଜ ଶିଶୁର ଯତ୍ନ ତଥା ଶରୀର ପରିଷ୍କାର, ନଖ କାଟିବା, ସାବୁନରେ ବାରମ୍ବାର ହାତ ଧୋଇବା ସମ ଦୂରତ୍ୱ ରକ୍ଷା କରିବା ସହ ଗରମ ସୁଷମ ଖାଦ୍ୟ ପାନୀୟ ଜଳ ବ୍ୟବହାର କରିବା ଇତ୍ୟାଦି ସମ୍ୱନ୍ଧରେ ପରାମର୍ଶ ଦେଇଥିଲେ।
ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ର ସହ ଅନ୍ୟ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ।

related posts

Leave a Comment