Share with
କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ୧୪ ଛାତ୍ର ଛାତ୍ରୀ ଓ ୬ଜଣ ଶିକ୍ଷକ କର୍ମଚାରୀଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ବିଦ୍ୟାଳୟ କୁ ୭ଦିନ ପାଇଁ ବନ୍ଦ କରିଛନ୍ତି ଜିଲା ଶିକ୍ଷା ଅଧିକାରୀଣି ନିବେଦିତା ପାଣି ।ପ୍ରଥମେ ବିଦ୍ୟାଳୟ ଶିକ୍ଷକ ଓ ପରେ ପରେ କର୍ମଚାରୀ ଓ ଛାତ୍ର , ଛାତ୍ରୀ ମାନଙ୍କୁ ହୋଇଥିଲା ।ଏଠାରେ ଛାତ୍ର ୧୩ ଜଣ ,ଛାତ୍ରୀ ୧ ,ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ୬ ଜଣ ସମୁଦାୟ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏବେ ବିଦ୍ୟାଳୟ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି ।