ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପାଞ୍ଚୟତ ର ହରିଦାସ ପୁର ମୁଖ୍ୟରାସ୍ତା ଏବେ ମରଣଯନ୍ତା ପାଲଟିଛି ା ଏହି ରାସ୍ତାଟି ପ୍ରଧାନ ମନ୍ତ୍ରୀ ସଡକ ହୋଇଥିବା ବେଳେ ଏହି ରାସ୍ତା ରକ୍ଷଣା ବେକ୍ଷଣ ଅଭାବରୁ ଏହି ଯେଉ କଲଭଟ ରହିଛି ସେହି କଲଭଟର ତଳ ଅଂଶର ମାଟି ଖସି ଯାଇଛଥିବା ଯାହାଫଳ ପ୍ରଧାନ ମନ୍ତ୍ରୀ ରାସ୍ତାଟି ବଡ ଧରଣର ଗାତ ହୋଇଛି ରହିଛି । ଯାହା ଫଳରେ କୈାଣସି ଅଘଟଣ ହେବା ପୁବରୁ ଏହି ରାସ୍ତା ମରାମତି କରାଯାଉ । ଏହି ରାସ୍ତା ଉପରେ ୧୦ ରୁ ୧୫ ଗ୍ରାମର ହଜାର ହଜାର ଲୋକ ନିର୍ଭର କରୁଛନ୍ତି ପ୍ରତ୍ୟେକ ଦିନ ଏହିରାସ୍ତା ଉପରେ ଦୁଇ ଚକିଆ, ଓ ଚାରିଚକିଆ ଗାଡି ପ୍ରତ୍ୟେକ ଦିନ ଯାତାୟତ କରୁଛନ୍ତି । ଏହି ସଡକ ଟି ନିର୍ମାଣ ହୋଇ ଅଳ୍ପ ଦିନ ହେଇଥିଲେହେଁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହା ଜଲଦି ଖରାପ ହେଇଯାଇଛି ବୋଲି ଅଂଚଳର କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ନିର୍ମାଣ ସଂସ୍ଥା ତିଆରି କରିବା ଠାରୁ ପାଞ୍ଚବର୍ଷ ତାର ଦାଇତ୍ୱ ନେବ ଓ ରକ୍ଷଣା ବେକ୍ଷଣ କରିବା କଥା କିନ୍ତି ସେଥିରେ ଖିଲାପ କରୁଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତାର ମଧ୍ୟ ଭାଗରେ ବଡ଼ ଗର୍ତ ସୃଷ୍ଟି ହେଇଥିଲେହେଁ ଯନ୍ତ୍ରୀ କିମ୍ବା ଅନ୍ୟ ଅଧିକାରୀ ଏଥିପ୍ରତି1ପଦକ୍ଷେପ ନେଇପାରୁ ନାହାନ୍ତି ତେଣୁ1ଜନ ଅସନ୍ତୋଷ ବଢୁଛି ଏହା ଆଗକୁ ବଡ଼ ଧରଣର ଆନ୍ଦୋଳନ ରୂପ ନେବ ବୋଲି ଜଣା ପଡୁଛି।
ହରିଦାସପୁର ମୁଖ୍ୟ ରାସ୍ତା ଏଵେ ପଲଟିଛି ମରଣଯନ୍ତା
Share with