Home Breaking News ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟ କାରିତା ପାଇଁ ବୈଷୟକ ଜ୍ଞାନ କୌଶଳ ପ୍ରୟୋଗ ଉପରେ କର୍ମଶାଳା ଅନୁଷ୍ଠିତ

ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟ କାରିତା ପାଇଁ ବୈଷୟକ ଜ୍ଞାନ କୌଶଳ ପ୍ରୟୋଗ ଉପରେ କର୍ମଶାଳା ଅନୁଷ୍ଠିତ

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ଜିଲାରେ ବସବାସ କରୁଥିବା ଜନଜାତି ଓ ପାରମ୍ପରିକ ବନବାସୀ ମାନଙ୍କ ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟ କାରିତା ପାଇଁ ବୈଷୟକ ଜ୍ଞାନ ପ୍ରୟୋଗ କରି ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ଆଜି ଏକ କର୍ମଶାଳା ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଶ୍ରୀ ଟୁକୁ ବାରିକ ପ୍ରକଳ୍ପ ପ୍ରଶାସକ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ଏହି କର୍ମଶାଳା ଉଦେଶ୍ୟ ସମ୍ପର୍କରେ ଓ ବର୍ତ୍ତମାନ ସ୍ଥିତିରେ ଜଙ୍ଗଲ ଜମି ଅଧିକାର କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ଜଙ୍ଗଲ ଜମି ଅଧିକ ଉପରେ ପଟ୍ଟା ପ୍ରଦାନ କଲେ ଜଙ୍ଗଲରେ ବସବାସ କରୁଥିବା ଜନଜାତି ଓ ପlରମ୍ପରିକ ବନବାସୀଙ୍କ ଜୀବନ ଜୀବିକାର ମାନ ବୃଦ୍ଧି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l ବୈଷକୟ ଜ୍ଞାନ କୌଶଳ ପ୍ରୟୋଗ କରି ନୂତନ ପ୍ରୟାସ ଫଳରେ ଜଙ୍ଗଲ ଜମି ଅଧିକାର ସମ୍ବନ୍ଧିତ ଦାବିଗୁଡାକ ସମାଧାନ ହୋଇପାରିବ l ଏହି ନୂତନ ପ୍ରୟାସରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଛଅ ଗୋଟି ବ୍ଲକକୁ ଯଥା ରାୟଗଡ, କୋଳନାରା, ଵିଷମ କଟକ, ମୁନିଗୁଡା,ଚନ୍ଦ୍ର ପୁର ଓ କଲ୍ୟାଣ ସିଂହପୁର ବ୍ଲକର 440ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି l ଓଡିଶା ସରକାରଙ୍କ ଆନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ଓ ପ୍ରଦାନ ସ୍ବେଛାସେବୀ ସଂସ୍ଥାର ବୁଝାମଣା ଅନୁଯାୟୀ ଜଙ୍ଗଲ ଜମି ଅଧିକାରୀ ଜନିତ ଦାବିଗୁଡ଼ାକ ସମାଧାନ ଓ ଜୀବନଜୀବିକା ପ୍ରଦାନ ନିମନ୍ତେ ରୟାଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦାନ ସଂସ୍ଥା କାର୍ଯ୍ୟକାରୀ କରିବେ l ଜମି ମାପଜୁପ କରିବା ପାଇଁ ଜିପିଏସ ମୋବାଇଲ ମାଧ୍ୟମରେ ତ୍ୱରାନ୍ୱିତ କରାଯିବ l ଜିଲ୍ଲାପାଳ ରାୟଗଡ ଶ୍ରୀ ମିଶ୍ର ଏହି ପ୍ରୟାସକୁ ସହମତି ପ୍ରକାଶ କରି ବ୍ଲକ ସ୍ଥରୀୟ ସମନ୍ୱୟ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ ଓ ମାସକୁ ଥର ବୈଠକ ବସିବାକୁ କହିଥିଲେ l
ଏହି ବୈଠକରେ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ,ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଯେ ସୋନାଲ, ରାୟଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚବଦ୍ର ପ୍ରଧାନ, ଛଅଟି ଯାକ ବ୍ଲକର ବିଡ଼ିଓ ମାନେ, ତହସିଲଦାର ମାନେ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ, ସଂଯୋକ ଜଙ୍ଗଲ ଜମି ଅଧିକାର, ଜଙ୍ଗବିଭାଗ କର୍ମଚାରୀ ମାନେ ଉଆପସ୍ଥିତ ଥିଲେ l ସେହିପରି ପ୍ରଦାନ ଅନୁଷ୍ଠାନ ତରଫରୁ ଶ୍ରୀମତୀ ଶୈଳବାଳା ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

related posts

Leave a Comment