Home Breaking News / ତାଜା ଖବର ରାଇକିଆ ବ୍ଲକ୍ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ: ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

ରାଇକିଆ ବ୍ଲକ୍ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ: ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଜାତୀୟ କଂଗ୍ରେସର ନୁତନ ସଭାପତି ଭାବେ କ୍ରିଷ୍ଣାପ୍ରିୟା ପ୍ରଧାନଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ଏଠାରେ ପ୍ରକାଶ ଥାଉକି ବ୍ଲକ୍ ର ପୁର୍ବତନ ସଭାପତି ଭାବେ ସ୍ୱର୍ଗତ ପିତବାସ ପ୍ରଧାନଙ୍କ ଅକାଳ ବିୟୋଗ ପରେ ଏହି ପଦବୀ ଖାଲି ରହିଥିଲା। ଶୁକ୍ରବାର ବାକିଙ୍ଗିଆ ଠାରେ ରାଇକିଆ ବ୍ଲକ୍ ସ୍ତରୀୟ ଜାତୀୟ କଂଗ୍ରେସ କର୍ମୀ ସମ୍ମିଳନୀରେ ଏକ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଜାତୀୟ କଂଗ୍ରେସ ସଭାପତି ଅନାମ ନାୟକ ଯୋଗଦେଇ ଥିବାବେଳେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକ୍ ର ବହୁ ବରିଷ୍ଠ ଦଳୀୟ କର୍ମୀ ଯୋଗଦେଇ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।ବୁଥ୍ ସ୍ତରରେ ଲୋକଙ୍କ ସହ ମିଶି ବିଭିନ୍ନ କମିଟି ଗଠନ କରାଯାଇ ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହୋଇ ଦଳକୁ ମଜଭୁତ କରିବା ପାଇଁ ଗୁରୁମନ୍ତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟିକା ଅଜୟିନ୍ତି ପ୍ରଧାନ,ଆଇସିସି ଘନ ଶବର, ଦାରିଙ୍ଗବାଡି ସମିତି ଅଧ୍ୟକ୍ଷା ରୁଦା ମଲ୍ଲିକ,ଜୁଲିୟାନ ଦିଗାଳ ,ମନୋଜ ଦିଗାଳ, ମିନକେତନ ସାହାଣି, ବିରେନ୍ଦ୍ର ପ୍ରଧାନଙ୍କ ସହ ବହୁ କଂଗ୍ରେସ ଦଳୀୟ କର୍ମୀ କାର୍ଯ୍ୟ କ୍ରମରେ ଯୋଗଦେଇ। ଆଗାମୀ ନିର୍ବାଚନରେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ କର୍ମୀ ଏବଂ ଅଞ୍ଚଳବାସୀଙ୍କ ସହୋଯୋଗ କାମନା କରିଛନ୍ତି ନୁତନ ବ୍ଲକ୍ ସଭାପତି କ୍ରିଷ୍ଣାପ୍ରିୟା ପ୍ରଧାନ।

related posts

Leave a Comment