Home Breaking News / ତାଜା ଖବର ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କେସିଂହପୁର ବ୍ଲକ ଗସ୍ତ ଗ୍ରାମ ପଂଚାୟତ ଗୃହ ନିର୍ମାଣ ନିମନ୍ତେ ରାଜି କରାଇଲେ

ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କେସିଂହପୁର ବ୍ଲକ ଗସ୍ତ ଗ୍ରାମ ପଂଚାୟତ ଗୃହ ନିର୍ମାଣ ନିମନ୍ତେ ରାଜି କରାଇଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ କଲ୍ୟାଣ ସିଂହପୁର ପଂଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l କାନ୍ଧକlତିପଡ଼ୁ ଗ୍ରାମ ପଂଚାୟତ ଯାଇ ସେଠାରେ ବହୁଦିନ ଧରି ପଡିରହିଥିବା ଗ୍ରାମ ପଂଚାୟତ ଗୃହ ନିର୍ମାଣ ବିବାଦକୁ ସମାଧାନ କରିବା ପାଇଁ ସରପଞ୍ଚ ଓ ଅନ୍ୟ କର୍ମକର୍ତାଙ୍କ ସହିତ ଆଲୋଚନା କରି ଥିଲେ l ବlଦବିବାଦ ଯୋଗୁଁ ଗ୍ରାମ ପଂଚାୟତ ଗଠନ ହେଵା ଦିନରୁ ଆଜି ପର୍ଯ୍ୟନ୍ତ ପଂଚାୟତ ଗୃହ ହେଇପାରୁନଥିଲା l ଗୃହ ନିର୍ମାଣ ବିବାଦ ମାମଲା ଅଦାଲତରେ ପହଂଚି ଥିଲା l
ଶେଷରେ ପିଡିଡ଼ିଅlରଡ଼ିଏ ଶ୍ରୀ ନାଏକଙ୍କ ହସ୍ତକ୍ଷେପ ପରେ ଉଭୟ ସରପଞ୍ଚ ଓ ତାବକ ସମର୍ଥକ ତଥା ଆନ୍ୟ ଗ୍ରାମବାସୀଙ୍କ ନେଇ ହୋଇଥିବା ଆଲୋଚନା ପରେ ଅମିଗୁଡ଼ାର ଦାନ୍ତିଲିଙ୍ଗ ଠାରେ ଗୃହ ନିର୍ମାଣ କରିବାକୁ ସହମତି ହେଇଛନ୍ତି l ଏହାପରେ ପିଡି ଡ଼ିଆରଡ଼ିଏ ଶ୍ରୀ ନାଏକ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ମନୋରେଗା ଯୋଜନାରେ ନିର୍ମିତ ଗମାଚାନ୍ଦିନୀ,ଗ୍ରାମୀୟ ନିର୍ମାଣ ରାସ୍ତା ଠାରୁ କାର୍ଲକତା ରାସ୍ତା, ଅନୁଧ୍ୟାନ କରିଥିଲେ l ସେଠାରୁ ଥେରୁବାଲିରୁ ପାକଲି ମଧ୍ୟରେ ଓ ଅଡୁଗୁଡା ଠାରେ ଗାର୍ଡ ୱାଲ ନିର୍ମାଣ ପାଇଁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ସେହିପରି କନ୍ଧକାତିପାଡ଼ୁ ଠାରେ ପର୍ଯ୍ୟଠନ କ୍ଷଟରେ ବିକାଶ କରିବାକୁ ସରପଞ୍ଚଙ୍କ ଦାବି ଉପରେ ପଦ୍ଧକ୍ଷେପ ନେବାକୁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ପଳାମୀ ଗ୍ରାମ ପଞ୍ଚୟତରେ ମିଶିଥିବା କାନ୍ଧପlଡ଼ୁ ତିନିଟି ଗ୍ରାମକୁ କନ୍ଧ କାଟିପଡ଼ୁକୁ ଫେରାଇ ଅlଣୀକୁ ପଦ୍ଧକ୍ଷେପ ନେବା ପାଇଁ ବ୍ଲକ ଅଧିକାରୀ ମାନଙ୍କୁ କହିଥିଲେ l
ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ,
ଅନ୍ୟମାନେ ଅଧିକାରୀ ମାନେ ଉପସ୍ଥିତ ଥିଲେ l

related posts

Leave a Comment