Home Breaking News / ତାଜା ଖବର ଯୁକ୍ତ ଦୁଇର ଚାରିଜଣ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶନ ହୋଇ ନ ଥିବାରୁ ଚିତ୍ରଡା କଲେଜ ଫାଟକ ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଯୁକ୍ତ ଦୁଇର ଚାରିଜଣ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶନ ହୋଇ ନ ଥିବାରୁ ଚିତ୍ରଡା କଲେଜ ଫାଟକ ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଚିତ୍ରଡା ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫଳ ପ୍ରକାଶନ ହୋଇ ନ ଥିବାରୁ ଚିତ୍ରଡା କଲେଜ ଫାଟକ ରେ ତାଲା ପକାଇ ଧାରଣା ରେ ବସିଲେ ଛାତ୍ରଛାତ୍ରୀ। ସୂଚନା ଅନୁଯାୟୀ ଚଳିତ ବର୍ଷ ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଚିତ୍ରଡା କଲେଜ ଯୁକ୍ତ ଦୁଇ ର ଚାରିଜଣ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫଳ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଯୁକ୍ତ ଦୁଇ କଳା ଛାତ୍ରୀ ରଚନା ସି, ଦେବସ୍ମିତା ବେହେରା, ଯୁକ୍ତ ଦୁଇ ଭକେସନାଲ ର ଛାତ୍ର ଧନୁରାମ ଟୁଡୁ ଓ ବୈଦ୍ୟନାଥ ଟୁଡୁ ଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଯୁକ୍ତ ତିନି ଆଡ଼ମିଶନ ପାଇଁ ଆବେଦନ ସେପ୍ଟେମ୍ବର ୫ ତାରିଖ ଶେଷ ହେଉଥିବା ବେଳେ ଛାତ୍ରଛାତ୍ରୀ ରେଜଲ୍ଟ ନ ପାଇ ହତାଶ ହୋଇଛନ୍ତି। କଲେଜ କର୍ତ୍ତୃପକ୍ଷ ଓ ଯୁକ୍ତ ଦୁଇ କାଉନ୍ସିଲ କର୍ତ୍ତୃପକ୍ଷ ଙ୍କ ଖାମଖିଆଲି ନୀତି ପାଇଁ ଅନ୍ଧାର କୁ ଠେଲି ହୋଇଯାଇଛି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ।

related posts

Leave a Comment