Home Breaking News ଜିଲ୍ଲା ପ୍ରେସକ୍ଲବ ନିର୍ବାଚନ: ସୁନୀଲ ସଭାପତି, ପ୍ରଶାନ୍ତ ସଂପାଦକ ନିର୍ବାଚିତ

ଜିଲ୍ଲା ପ୍ରେସକ୍ଲବ ନିର୍ବାଚନ: ସୁନୀଲ ସଭାପତି, ପ୍ରଶାନ୍ତ ସଂପାଦକ ନିର୍ବାଚିତ

by Times One Odia
Share with
     
 
 
   

ଫୁଲବାଣୀ: ବୁଧବାର କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲ ବାଣୀ ପ୍ରେସକ୍କବ ର ଆସନ୍ତ ।୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଭାପତି ଭାବେ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ ପରୀଡ଼ା, ଉପସଭାପତି ଭାବେ ସୁନୀଲ ବିଶ୍ଵାଳ ଓ ସତ୍ୟନାରାୟଣ ବେହେରା , ସାଧାରଣ ସଂପାଦକ ଭାବେ ପ୍ରଶାନ୍ତ ବେହେରା , ସହ ସଂପାଦକ ଭାବେ ରମେଶ ପ୍ରଧାନ ପ୍ରମୁଖ ମନୋନୀତ ହୋଇଥିଲୋ କାର୍ଯ୍ୟକାରୀ ସଦସ୍ୟଭାବେ ଶିବ ପ୍ରସାଦ ତ୍ରିପାଠୀ, ଅର୍ଜିତ ମହାରଣା, ବ୍ରଜବିହାରୀ ନନ୍ଦ, ଅଶୋକ ମହାନ୍ତି, ଶିବାନନ୍ଦ ପଟ୍ଟନାୟକ,ଆଦିତ୍ୟ ତ୍ରିପାଠୀ ମୁସ୍କାନ ସୁଆର ପ୍ରମୁଖ ମାନୋନୀତ ହୋଇଛନ୍ତି ।
. ସାମ୍ବାଦିକମାନଙ୍କ ବୃତିଗତ ସୁରକ୍ଷା ଓ ସମସ୍ତଙ୍କ ମଧ୍ୟରେ ଭାଇଚାରା ରକ୍ଷାକରିବା ସହ ପ୍ରେସ କ୍ଳବର ଉନ୍ନତି ଦିଗରେ ନିଷ୍ଠା ଓ ଆନ୍ତରୀକତା ର ସହ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ସଭାପତି ସୁନୀଲ ପଟନାୟକ କହିଥିଲେ।
ସେହିପରି ଏହି ଅବସରରେ ଅନୁଷ୍ଠିତ ସାଧାରଣ ବୈଠକରେ ସଂପାଦକ ଅଜିତ ମହାରଣା ବୈଠକରେ ପୁର୍ବ ବୈଠକର ବିବରଣୀ ପାଠ କରିବା ସହ କରୋନା ମହାମାରୀ ଯୋଗୁ ଗତ ଦୁଇ ବର୍ଷ ହେଲା ନିୟମିତ ବୈଠକ ହୋଇପାରିନ ଥିବା ଓ କିଛି ଉନ୍ନୟନ୍ନ ମୂଳକ କାର୍ଯ୍ୟ ହୋଇଥିବାବେଳେ ଆଉ କିଛି କାର୍ଯ୍ୟ ଅଧୁର । ରହିଯାଇଥିବା କଥା ବିଦାୟୀ ସଭାପତି ବରୀଷ୍ଠ ଶିବପ୍ରସାଦ ତ୍ରିପାଠୀ କହିଥିଲେ । ସେହିପରି ନୂତନ ଭାବେ ବୈଦୁତିକ ଗଣମାଧ୍ଯମରଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ଚର୍ଚି, ପ୍ରଶାନ୍ତ ଜେନା, ରାଧାମୋହନ ମହାପାତ୍ର ଓ ଦୈନିକଖବର କାଗଜର ବଦ୍ୟନାଥ ବେହେରା, ପ୍ରମୁଖ ଙ୍କୁ ପ୍ରେସ କ୍ଳବର ନୂତନ ସଦସ୍ୟଭାବେ ଗ୍ରହଣ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବରୀଷ୍ଠ ସାମ୍ବାଦିକ ଡ. ଅରୁପ କୁମାର ଜେନା, ବିଜୟ ମହାନ୍ତି, ନାରାୟଣ ସାହୁ, ସନ୍ତୋଷ ଡିଗଲ, ଅଶୋକ, ମହାନ୍ତି, ଗୋପାଳକୃଷ୍ଣ ଫଟନାୟକଙ୍କ ପ୍ରମୁଖଙ୍କ ସମେତ ପ୍ରେସକ୍କ୍ବବର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଆଲୋଚନ । ରେ ଅଂଶଗ୍ରହଣ କରିଥିଲେ ।

related posts

Leave a Comment