ଗୋପ(ଦିବ୍ୟଜ୍ୟୋତି ପଟ୍ଟନାୟକ): ସାରା ବିଶ୍ୱ ମହାମାରୀ କୋରନା କୁ ନେଇ ଆତଙ୍କିତ ଥିବା ବେଳେ ଆଗତ ଭବିଷ୍ୟତ କୁ ଚିନ୍ତା କରି ବିଶେଷଜ୍ଞ ମାନେ ଅନେକ ଔଷଧ ଏବଂ ମେସିନ ସୃଷ୍ଟି କରି କରୋନା ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଉ ଥିବାର ପ୍ରୟାସ ଜାରି ରଖିଥିବା ବେଳେ ବର୍ତମାନ ର ସ୍ଥିତି ଆୟତାଧୀନ ଅଛି. କରୋନା ମହାମାରୀ ର ତୃତୀୟ ଲହର ଧୀରେ ଧୀରେ ସାରା ସମାଜ କୁ ନିଜ କାୟା ଭିତରକୁ ଗ୍ରାସୁ ଥିବା ବେଳେ ମନୁଷ୍ୟ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ କରାଇ ମୃତ୍ୟୁ ମୁଖକୁ ଟାଣି ଆଣୁଛି.
ବିଭିନ୍ନ ବଡ ବଡ ଡାକ୍ତରଖାନା ରେ କନସନ ଟ୍ରେଟରେ ମେସିନ ଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ଥିବା ଡାକ୍ତରଖାନା ଗୁଡିକରେ ଏହି ମେସିନ ନଥିବା ଯୋଗୁଁ ଅନେକ କରୋନା ରୋଗୀ ଅର୍ଥା ଭାବ ରେ ମୃତ୍ୟୁବରଣ କରୁଛନ୍ତି. ତେଣୁ ଏହାକୁ ଆଖି ଆଗରେ ରଖି ବୋଲିୟଙ୍ଗ ଇଣ୍ଡିଆ ର ସଭାପତି ଏନ ଏ ସାହା ଆନସାରୀ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦୁଇଟି କନସନ ଟ୍ରେଟର ମେସିନ ପ୍ରଦାନ କରିଛନ୍ତି. ଏହି କାର୍ଯ୍ୟକ୍ରମ ରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଜସ୍ମିନ ଅଫରୋଜ, ଗୋପ କଲେଜ ପ୍ରାଧ୍ୟାପକ ତଥା ସମାଜସେବୀ ଏବଂ ପ୍ରକୃତି ବନ୍ଧୁ ପ୍ରକାଶ ଚନ୍ଦ୍ର ଖଟୋଇ, ଗୋପ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ସମେତ ସମସ୍ତ ଡାକ୍ତର, କର୍ମଚାରୀ ଉପସ୍ଥିତି ଥିଲେ. ବୋଲିଉଙ୍ଗ ଇଣ୍ଡିଆ ର ସଭାପତି ଏନ ଏ ସାହା ଆନସାରୀ ତାଙ୍କ ମତରେ କହିଥିଲେ ଏହି ମେସିନ ଆଗାମୀ ତୃତୀୟ ଲହରୀ ପାଇ ପ୍ରମୁଖ ଭୂମିକା ଗ୍ରହଣ କରିବ
ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେକନସନ ଟ୍ରେଟର ମେସିନ ବଣ୍ଟନ
Share with
previous post