Home Breaking News କନ୍ଧମାଳ ଜିଲ୍ଲାର ୧୦ ଡାକ୍ତର ଡେପୁଟେସନରେ: ଫେରାଇ ଅଣା ନ ଗଲେ ସିଡିଏମଓଙ୍କ ଅଫିସ ଘେରାଉ ଧମକ

କନ୍ଧମାଳ ଜିଲ୍ଲାର ୧୦ ଡାକ୍ତର ଡେପୁଟେସନରେ: ଫେରାଇ ଅଣା ନ ଗଲେ ସିଡିଏମଓଙ୍କ ଅଫିସ ଘେରାଉ ଧମକ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲାର ପ୍ରାୟ ଦଶ ଡାକ୍ତର ଏବେ ଡ଼େପୁଟେସନରେ । ଫଳରେ ଫୁଲ ବାଣୀ ସମେତ ସମଗ୍ର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିଗିଡିବାରେ ଲାଗିଛି । ଫଳରେ ଡାକ୍ତରଙ୍କ ଡେପୁଟେସନ ବା ତିଲ କରିବାକୁ ଦାବି କରିଛି ମିଳିତ ନାଗରିକ କମିଟି।
ଦୀର୍ଘ ବର୍ଷ ହେବ ଦଶଟି ମେଡିସିନ ବିଶେଷଜ୍ଞ ପଦବୀ ଖାଲି ରହିବା ଫଳରେ ଗରିବ ଶ୍ରେଣୀର ଲୋକମାନେ ଖର୍ଚ୍ଚ ବହୁଳ ବାହାର ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଯାଇପାରୁନାହାଁନ୍ତି।ମେଡିସିନ ବିଶେଷଜ୍ଞ ନ ଥିବାରୁ ଗରିବ ଶ୍ରେଣୀର ରେଫର ରୋଗୀମାନେଙ୍କ ମଧ୍ୟରୁ ଅଧିକାଂଶ ଗାଁରେ ଯାଇ ମୃତ୍ୟୁ ବରଣ କରନ୍ତି।ଗତ ଜୁଲାଇ ମାସରେ ବାଲିଗୁଡା ଓ ଫୁଲବାଣୀ ରୁ ୮ଜଣ ଯୋଗଦେବା ଦିନ ଡେପୁଟେସନରେ ଚାଲିଯାଇଛନ୍ତି। ଗତ କିଛି ଦିନ ଧରି ଡଃ ଅଜିତ କୁମାର ଦଳେଇ (ଚେଷ୍ଟ ଓ ଟିବି) ବିଭାଗର ହେଲେ ମଧ୍ୟ ଜଣେ ଭରସାଯୋଗ୍ୟ ଡାକ୍ତର ଭାବେ ମୁଖ୍ୟ ଚିକିତ୍ସାଳୟରେ ମେଡିସିନ ଦାୟିତ୍ୱ ତୁଲାଉଛନ୍ତି।ତାଙ୍କର ଇତି ମଧ୍ୟରେ ଡେପୁଟେସନରେ ବଦଳୀ ହୋଇଥିବା ଶୁଣିବାକୁ ମିଳୁଛି।ମିଳିତ ନାଗରିକ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଦୁଇଦିନିଆ କନ୍ଧମାଳ ଗସ୍ତ ସମୟରେ ଏହି ଟିମ ଆଲୋଚନା କରିଥିଲେ।ଏବଂ ଡାକ୍ତର ଅଭାବ ଥିବାରୁ କୌଣସି ଡାକ୍ତରଙ୍କ ରିଲିଭ ପୂର୍ବରୁ ମୁଖ୍ୟ ସଚିବଙ୍କୁ ଅବଗତ କରାଇବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ।ବାଲିଗୁଡାରେ ୨୩ଜଣ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ମାତ୍ର୪ଜଣ ଡାକ୍ତର।ଏହା ବ୍ୟତୀତ ପୂର୍ବରୁ ଯେଉଁ ମାନେ ଡେପୁଟେସନରେ ବ୍ରହ୍ମପୁର, କଟକ, ଭୁବନେଶ୍ୱର, ବୁର୍ଲା ଯାଇଛନ୍ତି, ସେମାନେ ଫୁଲବାଣୀ ଓ ବାଲିଗୁଡାକୁ ଫେରାଇ ଆଣିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ପଦକ୍ଷେପ ନେବାକୁ ମିଳିତ ନାଗରିକ କମିଟି ପକ୍ଷରୁ ଡ ଅରୂପ ଜେନାଙ୍କ ନେତୃତ୍ବରେ ଏକ ଟିମ ସିଡିଏମଓଙ୍କ ସହ ଆଲୋଚନା କରି ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ଦାବି କରିଛି ।
କନ୍ଧମାଳର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ,ପ୍ରାଇଭେଟ ହେଉ ବା ସରକାରୀ ବାହାରେ ଯାଇ ଚିକିତ୍ସିତ ହେବା ସମ୍ଭବ ପର ନୁହେଁ।ତେଣୁ କନ୍ଧମାଳ ଜିଲ୍ଲାବାସୀଙ୍କ ସରଳତା ସୁଯୋଗର ଦୁରୁପଯୋଗ କରି କନ୍ଧମାଳ ଜିଲ୍ଲାରେ ଏହି ୧୧ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜାଣିବା ଭଳି ଦେଖାଇ ପରେ ପୁଣି ଡେପୁଟେସନରେ ନେଇଯିବା ବଡ ଦୁର୍ଭାଗ୍ୟର ବିଷୟ ବୋଲି ମିଳିତ ନାଗରୀ କମିଟିର ସଭାପତି ଡ .ଅରୁପ ଜେନା, ଆବାହକ ଅଶୋକ ପରୀଡା କହିଛନ୍ତି ।
ଆଗାମୀ ଏକ ମାସ ମଧ୍ୟରେ ପୂର୍ବରୁ ଏବଂ ବର୍ତ୍ତମାନ ଡେପୁଟେସନଯାଇଥିବା ଡାକ୍ତରଙ୍କ ଡେପୁଟେସନ ରଦ୍ଧ କରି ସେମାନଙ୍କୁ ଫୁଲବାଣୀ ଓ ବାଲିଗୁଡା କୁଫେରାଇ ଆଣିବାର ବ୍ୟବସ୍ଥା କରାନଗଲେ
ଜିଲାର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ସିଡିଏମଓଙ୍କ କାର୍ଯାଳୟ ଘେରାଉକରି ତାଲା ପକାଇବାକୁ ବାଧ୍ୟହେବେ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି।

related posts

Leave a Comment