ଗୋପ(ଦିବ୍ୟଜ୍ୟୋତି ପଟ୍ଟନାୟକ): ଗୋପ ଥାନା ଅଧୀନ ପାଟଳିଆ ଛକ ନିକଟରେ ଆଜି ସକାଳ 10 ଘଟିକା ସମୟରେ ଏକ ବାଇକ ଦୁର୍ଘଟଣାରେ ବୃଦ୍ଧ ଙ୍କର ମୃତ୍ୟୁ ହୋଇଛି. ଗୋପ ଥାନା ଅଧୀନ ସୋରଭା ପଂଚାୟତ ର ସମା ଗ୍ରାମର ହଟ ବେହେରା, ପିତା ଚରଣ ବେହେରା ତାଙ୍କ ବାଇକ ନମ୍ବର OD 02 AY 5290 ଦ୍ୱାରା କୋଣାର୍କ ରୁ ଫେରୁଥିବା ସମୟରେ ପାଟଳିଆ ଛକ ନିକଟରେ ବାଲିକନ୍ଦଳ ଗ୍ରାମର ସୁଦାମା ବେହେରା (65 ବର୍ଷ ) ନିଜ ର କୌଣସି କାମ ପାଇଁ ପାଟଳିଆ ଛକ କୁ ଆସିଥିଲେ. ସେ ରାସ୍ତା ର ପାର୍ଶ୍ୱପରିବର୍ତନ କରୁଥିବା ସମୟରେ ହଟ ବେହେରା ତାଙ୍କ ଗାଡି ଦ୍ୱାରା ସୁଦାମଙ୍କୁ ଧକା ଦେଇଥିଲେ. ଯାହା ଫଳରେ ବୃଦ୍ଧ ଜଣଙ୍କ ସେହି ଠାରେ ରକ୍ତାକ୍ତ ଅବସ୍ଥା ରେ ପଡ଼ିଥିଲେ. ପରେ ଗୋପ ଅଗ୍ନିଶମ ବିଭାଗ ଖବର ପାଇଁ ଉକ୍ତ ସ୍ଥାନରେ ପହଂଚି ବୃଦ୍ଧଙ୍କୁ ଉଦ୍ଧାର କରି ଗୋପ ଡାକ୍ତରଖାନା କୁ ଆଣିଥିଲେ. ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗୋପ ଡାକ୍ତର ତାଙ୍କ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ
ମାତ୍ର ସେହି ରାସ୍ତାରେ ସୁଦାମ ବେହେରା ଙ୍କ ମୃତ୍ୟୁ ହେଇଥିଲା.
ଗୋପ ପୋଲିସ ଉକ୍ତ ବାଇକ କୁ ଜବତ କରିବା ସହିତ 420/2021 ରେ ଏକ ମକଦ୍ଦମା ରୁଜୁ କରି ହଟ ବେହେରା ଙ୍କୁ ଅଟକ ରଖିଛି.
ଗାଡି ଧକାରେ ବୃଦ୍ଧ ମୃତ
Share with
previous post