Home Breaking News ଚରଦା ପଞ୍ଚାସ୍ତରିୟ ବାଲ୍ୟବିବାହ ବନ୍ଦ ନେଇ ସାପ୍ତାହିକ ବୈଠକ

ଚରଦା ପଞ୍ଚାସ୍ତରିୟ ବାଲ୍ୟବିବାହ ବନ୍ଦ ନେଇ ସାପ୍ତାହିକ ବୈଠକ

by Times One Odia
Share with
     
 
 
   

ବିନିକା: ଆଜି ଚରଦା ପଞ୍ଚାସ୍ତରିୟ ବାଲ୍ୟବିବାହ ନିଶେଧ କରିବାପାର୍ଇ ମହାଦେବପାଲି ସେକ୍ଟର ସୁପାଭାଇଜର ସ୍ରେ୍ଦାମିନି ଦାସ ଙ୍କ ଆହ୍ବାନ କ୍ରମେ ଚରଦା ଅଙ୍ଗନୱାଡ଼ି କେନ୍ଦ୍ର -୧ରେ ଚରଦା ସରପଞ୍ଚଙ୍କ ସଦାନନ୍ଦ ଥନାପତିଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ପଥା ବନ୍ଦ ନେଇ ଏକ ସପ୍ତାହିକ ସଚେତନା ସଭା ଅନୁଷ୍ଟିତ ହୋଇଥିଲା ା ଏଥିରେ ଶିକ୍ଷକ ବିଭୁତି ଭୁଷଣ ତ୍ରୀପାଠୀ, ଶିକ୍ଷୟତ୍ରୀ ଜୟଶ୍ରୀ କୁଆଁର, ସିଆରପିସିଏମ ଝିନୁପମା ଥନାପତି ,ମାନସି ହୋତା ୱାଡ଼ ସଭ୍ୟା ଦୀପାଞ୍ଜଳି ନାଏକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବ୍ୟଲ୍ୟ ବିବାହ ର ମୂଖ୍ୟ କାରଣ ଓ କିଶୋର ବାଳକ ,କିଶୋରି ବାଳିକା ମାନଙ୍କ ଉପରେ ଏହାର କୁପ୍ରଭା ସଂର୍ପକରେ ଅତିଥିମାନେ ମତବ୍ୟକ୍ତ କରି ଲୋକଙ୍କୁ ସଚେତନା କରିଥିଲେ ା ଆଗାମି ସଭାରେ ବ୍ୟଲ୍ୟ ବିବାହ କୁ ରୋକିବାପାଇଁ ପୁରୋହିତ,ମନ୍ଦିର ପୁଜକ, ଟେଣ୍ଟ ମାଲିକ , ରୋଶେୟା , ପଞ୍ଚାୟତର ସାମାଜିକକର୍ମି , ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ଏକ ସଚେତନା ସଭା କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରିଥିଲେ ା ଶେଷରେ ବିଳାସ ବାରିକ , ଅଙ୍ଗନୱାଡ଼ି କର୍ମି ଧନ୍ୟବାଦ ଅର୍ପଣ କରିଥିଲେ ା ଏଥିରେ ଅଙ୍ଗନୱାଡ଼ି କର୍ମି ଆରତି ହୋତା, ପୁଷ୍ପାଞ୍ଜଳି ଗୁରୁ, ସୁରଭି ଦୀପ , ଜଗଦମ୍ବା କଲତା, କଳ୍ପନା ପୂଜାରୀ , ମିଲି ମିଶ୍ର , ସୈଦାମିନି ସୁନା , ମାଧବି ମିଶ୍ର , ସମେତ ସମସ୍ତ ଆଶାକର୍ମି ,ସହାୟିକା, କି‌ଶୋର ବାଳକ ବାଳିକା ଉପସ୍ତିତ ଥିଲେ ା

related posts

Leave a Comment