Home Breaking News / ତାଜା ଖବର ଏକ ଗୋଷ୍ଠୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକ ଗୋଷ୍ଠୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର ନୀଳାଚଳ ହସ୍ପିଟାଲଠାରେ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ରୁଚିକା ସମାଜ ମଙ୍ଗଳ ସଂଗଠନ ଏବଂ ଆଡପ୍ସନ ସେଣ୍ଟ୍ରୋମର ମିଳିତ ଆନୁକୂଲ୍ୟରେ ଏକ ଗୋଷ୍ଠୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି l
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଂଚଳରୁ ଶତାଧିକ ବସ୍ତି ବାସିନ୍ଦା କୋଭାକସିନ ଟୀକା ଗ୍ରହଣ କରିଛନ୍ତି l ଏହି ଟୀକା କରଣ କାର୍ଯ୍ୟକ୍ରମ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ କୋଭିଡ ଟୀକା ନେଇନଥିବା ବସ୍ତି ଅଞ୍ଚଳର ଓ ଭୁବନେଶ୍ୱର ର ବିଭିନ୍ନ ଷ୍ଟ୍ରିଟ କର୍ଣ୍ଣରରେ ରହୁଥିବା ସବୁ ଲୋକମାନଙ୍କ ପାଖରେ ପହଂଚିବ ବୋଲି ରୁଚିକା ସମାଜ ମଙ୍ଗଳ ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ବେଣୁଧର ସେନାପତି ପ୍ରକାଶ କରିଛନ୍ତି l ପ୍ରକାଶ ଥାଉକି, ବସ୍ତି ଅଂଚଳରେ ରାସ୍ତା କଡରେ ରହୁଥିବା ଲୋକମାନଙ୍କର ଅଶିକ୍ଷା, ଅଜ୍ଞତା, ଟୀକା ପ୍ରତିଥିବା ଭୟ ଏବଂ ମୋବାଇଲ ଫୋନର ଅଭାବ ହେତୁ ହଜାର ହଜାର ଲୋକ ଟୀକା କରଣରୁ ବଞ୍ଚିତ ହୋଇଛନ୍ତି l ଟୀକା କରଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ୱେଚ୍ଛାସେବୀ ଶ୍ରୀ ଠାକୁରାମ ବେହେରା, ଶ୍ରୀ ହେମନ୍ତ କୁମାର ଦାଶ, ଶ୍ରୀ କୈଳାସ ଚନ୍ଦ୍ର ମିଶ୍ର, ଶ୍ରୀ ସରୋଜ ସା, ରିଲାଏନ୍ସ ଫାଉଣ୍ଡେସନର ଶ୍ରୀ ଦିବ୍ୟକାନ୍ତ ନାୟକ, ରାଜ୍ୟ ସଂଯୋଜକ, ଶ୍ରୀ ପ୍ରଶାନ୍ତ ପଣ୍ଡା, ଶ୍ରୀ ଭରତ କୋଠା, ଶ୍ରୀ ଅଶୋକ ମଲ୍ଲିକ ଏବଂ ଆଡପ୍ସନ ସେଣ୍ଟ୍ରୋମ ପ୍ରକଳ୍ପର ଶ୍ରୀ କେଶବ ଚନ୍ଦ୍ର ସେନାପତି, ଶ୍ରୀ ଜୟରାମ ନାୟକ, ଵିନତୀ ସ୍ୱାଇଁ, ଶିବାନୀ ନାୟକ

related posts

Leave a Comment