Home Breaking News / ତାଜା ଖବର କଟକ ଜିଲ୍ଲାର ବଡମ୍ବା ବ୍ଲକରେ “ଆମ ପାଠ ଶାଳା ଆମ ପାଖରେ ” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

କଟକ ଜିଲ୍ଲାର ବଡମ୍ବା ବ୍ଲକରେ “ଆମ ପାଠ ଶାଳା ଆମ ପାଖରେ ” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ବଡମ୍ବା ବ୍ଲକ ଅନ୍ତର୍ଗତ କଷିକିଆରୀ ଗ୍ରାମ ପଞ୍ଚାୟତର ମଝିପଡା ଗ୍ରାମର କୋଠଘରଠାରେ “ଆମ ପାଠଶାଳା ଆମ ପାଖରେ” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ମଝିପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ସମିତିର ଅଧ୍ୟକ୍ଷ ସମୀର କୁମାର ପ୍ରଧାନଙ୍କ ସଭାପତିତ୍ବରେ ଓଖୁଣ୍ଟକଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବଡ଼ମ୍ବା ମଣ୍ଡଳ ଶିକ୍ଷା ଅଧିକାରିଣୀ ସୁଶ୍ରୀ ସୁଜାତା ପ୍ରିୟଦର୍ଶିନୀ ପଣ୍ଡା, ମୁଖ୍ୟବକ୍ତା ଭାବେ ସହକାରୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତଗଜ ସିଂ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଦୂର୍ଗା ଚରଣ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାମଣ୍ଡନ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ସମୀର କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେପରେ ଅବସରପ୍ରାପ୍ତ ଶିକ୍ଷକ ରାଉତ “ଆମ ପାଠଶାଳା ଆମ ପାଖରେ” କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା ସହିତ ସାରା ଓଡ଼ିଶାରେ ଶିକ୍ଷାର ବିକାଶ ଦିଗରେ ଯେଉଁ ସବୁ କାର୍ଯ୍ୟକ୍ରମ ହେଉଛି ତନ୍ମଧ୍ୟରୁ ଏହି କାର୍ଯ୍ୟକ୍ରମ ଏକ ଅଭିନବ କାର୍ଯ୍ୟକ୍ରମ ଯାହାକି ବଡ଼ମ୍ବା ମଣ୍ଡଳରେ ଆରମ୍ଭ ହେବାକୁ ଯାଉଅଛି । ପରେପରେ ସହକାରୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମତ୍ତଗଜ ସିଂ ଏହି କାର୍ଯ୍ୟକ୍ରମ ଦ୍ବାରା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବରଦାନ ସଦୃଶ ହେବ ବୋଲି ମତବ୍ୟକ୍ତ କରିଥିଲେ
ଏଭଳି କାର୍ଯ୍ୟକ୍ରମକୁ ଗତ ୨୦୨୦ ମସିହା ମାର୍ଚ୍ଚ ୨୫ରୁ ବନ୍ଦ ହୋଇଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ଏବେ ଗ୍ରାମର କୋଠଘର, ମନ୍ଦିର, ଭାଗବତ ଟୁଙ୍ଗିରେ ହେବାକୁ ଯାଉଅଛି ଯେଉଁଥିରେ ଆମର କୋମଳମତୀ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି ସେମାନେ ଏହି କାର୍ଯ୍ୟକ୍ରମରେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ ଏବଂ ହେବାକୁ ଯାଉଥିବା ଆଗାମୀ କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହଯୋଗ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୁଣ୍ଟକଟା ସାଧନ କେନ୍ଦ୍ର ସଂଯୋଜକ ଅନ୍ତର୍ଗତ ୮ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ପରେପରେ ଶିକ୍ଷକ ସମୀର କୁମାର ରାଉତ ଓ ବୀରବର ବାରିକ ଏକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସର୍ବଶେଷରେ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଆସିଥିବା ସମସ୍ତ ଅତିଥି, ଅଧିକାରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ

related posts

Leave a Comment